Thursday, September 10, 2026
24.1 C
Odisha

    ବଜାରକୁ ଆସୁଛି ଅପମିଶ୍ରିତ ମସଲା: ଗୋଦାମ ମାଲିକ ଅଟକ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ରୋଷେଇ ଘର ଥାକରେ ବିଭିନ୍ନ ପ୍ରକାରର ମସଲା ଗଚ୍ଛିତ ରହିଥାଏ। ହେଲେ କେବେ ଆପଣ ଭାବିଛନ୍ତି କି ବଜାରରେ ବିକ୍ରି ହେଉଥିବା ଏହି ମସଲା କେତେ ଖାଦ୍ୟୋପଯୋଗୀ ? ଆଉ କେତେ ସ୍ୱାସ୍ଥ୍ୟକର ? ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବେ ବଜାରରେ ମାତିଛନ୍ତି ଅସାଧୁ ବ୍ୟବସାୟୀ। ଗ୍ରାହକଙ୍କ ବିଶ୍ୱାସରେ ବିଷ ଦେଇ ପ୍ରସ୍ତୁତ କରୁଛନ୍ତି ନକଲି ବା ଅପମିଶ୍ରିତ ମସଲା ସାମଗ୍ରୀ। ସିଲଭର ସିଟି ପରେ ଏବେ ରେଶମ ସହର ପାଲଟିଛି ନକଲି କାରବାରର ହବ୍‌। ଆଉ ବଢିବାରେ ଲାଗିଛି ଅପମିଶ୍ରିତ ସାମଗ୍ରୀର ଚାହିଦା। ମଙ୍ଗଳବାର ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ବ୍ରଜରାଜ୍‌ ନଗର ଅଞ୍ଚଳରୁ ବିପୁଳ ପରିମାଣର ନକଲି ମସଲା ଏବଂ ମସଲା ତିଆରି ସାମଗ୍ରୀ ଜବତ କରିଛି ବଡବଜାର ପୁଲିସ। ବ୍ରଜରାଜ୍‌ ନଗର ଅଞ୍ଚଳର ଏକ ଭଡା ଘରେ ଚାଲିଥିଲା ଏହି ନକଲି ମସଲା କାରବାର ଚଢ଼ାଉ ବେଳେ ଏଠାରୁ ବଡ ବଡ ପ୍ୟାକେଟର ନକଲି ମସଲା ଜବତ କରିଛି ପୁଲିସ।
    ନାଲି ନାଲି ଦେଖାଯାଉଥିବା ଏହି ଲଙ୍କା ଗୁଣ୍ଡ ପ୍ୟାକେଟରେ ଭରି ରହିଛି ଖାଲି ବିଷ ଯାହା ଆପଣଙ୍କୁ ମରଣ ମୁହଁକୁ ଠେଲିଦେଇପାରେ। ନାଲି ଲଙ୍କାଗୁଣ୍ଡ ସହ ବିପୁଳ ପରିମାଣର ବ୍ଲାକ ସଲ୍ଟ, ଧଳା ଲଙ୍କାଗୁଣ୍ଡ ଏବଂ ହଳଦୀ ଗୁଣ୍ଡ ଭଳି ବିଭିନ୍ନ ମସଲା ପ୍ୟାକେଟ ଥାକ ମରା ହୋଇଛି। ନା ଏଥିରେ ଅଛି କୌଣସି ଚିକମିକ୍‌ ଜରି ନା ଅଛି କୌଣସି ନାମୀଦାମୀ କମ୍ପାନୀର ପ୍ୟାକେଜିଂ। ସାଧାରଣ ଜରି ପ୍ୟାକେଟରେ ଏହାକୁ ଭର୍ତି କରି ମାର୍କେଟକୁ ଛାଡିବାକୁ ଯୋଜନା ରଖିଥିଲେ ବ୍ରହ୍ମପୁରର ଏହି ବ୍ୟବସାୟୀ। ଦୀର୍ଘଦିନ ହେବ ଏଭଳି କାରବାର ଚାଲୁଥିବା ବେଳେ ଆଜି ବିଶେଷସୂତ୍ରରୁ ଖବର ପାଇ ଉକ୍ତ ଗୋଦାମରେ ଚଢାଉ କରିଥିଲା ପୁଲିସ। ଆଉ ବିପୁଳ ପରିମାଣର ଅପମିଶ୍ରିତ ମସଲା ଜବତ କରିବା ସହିତ ଗୋଦାମ ମାଲିକ ଶିବଶଙ୍କର ସାହୁଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଲାଇଛି ପୁଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    96 %
    1.4kmh
    100 %
    Thu
    24 °
    Fri
    27 °
    Sat
    28 °
    Sun
    29 °
    Mon
    29 °

    ସମ୍ବନ୍ଧିତ