Monday, March 30, 2026
25.4 C
Odisha

    ବିଜେପିର ମିସନ ତାମିଲନାଡୁ ; ଆଜିଠୁ ଅମିତ ଶାହଙ୍କ ଦୁଇଦିନିଆ ଗସ୍ତ

    ଆଗକୁ ପଢନ୍ତୁ

    ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜିଠାରୁ ଦୁଇଦିନିଆ ତାମିଲନାଡୁ ଗସ୍ତରେ ଅଛନ୍ତି । ଚଳିତବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଶାହଙ୍କ ଗସ୍ତକୁ ରାଜନୈତିକ ମହଲରେ ଗୁରୁତ୍ବ ଦିଆଯାଉଛି । ରାଜ୍ୟରେ ବିଜେପି ତଥା ଏନଡିଏର ରଣନୀତିକୁ ଅମିତ ଶାହ ଆହୁରି ପ୍ରଭାବଶାଳୀ କରିବାକୁ ଚେଷ୍ଟା କରିବେ । ତାମିଲନାଡୁ ସରକାରଙ୍କ ବିରୋଧରେ ରାଜ୍ୟ ବିଜେପି ସଭାପତି ଏନ. ନଗେନ୍ଦ୍ରନଙ୍କ ରାଜ୍ୟବ୍ୟାପୀ ଯାତ୍ରାର ଉଦଯାପନୀ ଉତ୍ସବରେ ଯୋଗଦେବେ । ଏଥିପାଇଁ ପୁଡୁକୋଟ୍ଟାଇରେ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।ଏହା ସହିତ ଅମିତ ଶାହ ବିଜେପି ଓ ଏନଡିଏ ଅଂଶୀଦାର ଦଳ ଏଆଇଏଡିଏମକେ ଏବଂ ଅନ୍ୟଦଳର ନେତାଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଭିନ୍ନ ଦଳ ଓ ଗୋଷ୍ଠୀକୁ ଏନଡିଏରେ ସାମିଲ କରିବା ଅମିତ ଶାହଙ୍କ ଗସ୍ତର ଅନ୍ୟତମ ଲକ୍ଷ୍ୟ ବୋଲି କୁହାଯାଉଛି । ତାମିଲନାଡୁ ପୂର୍ବରୁ ଅମିତ ଶାହ ଆଣ୍ଡାମାନ ନିକୋବରରେ ବିଭିନ୍ନ କାର୍ଯ୍ୟମରେ ଯୋଗଦେଇଥିଲେ ।
    ତାମିଲନାଡୁରେ ଅମିତ ଶାହ
    ଦୁଇଦିନିଆ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ
    ବିଧାନସଭା ନିର୍ବାଚନ ପୂର୍ବରୁ ଗସ୍ତକୁ ଗୁରୁତ୍ବ
    ଚଳିତବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନ
    ଏନଡିଏ ରଣନୀତିକୁ ପ୍ରଭାବଶାଳୀ କରିବା ଲକ୍ଷ୍ୟ
    ବିଭିନ୍ନ ନେତାଙ୍କୁ ଅମିତ ଶାହ ଭେଟିବା କାର୍ଯ୍ୟକ୍ରମ
    ବିଭିନ୍ନ ଦଳଙ୍କୁ ମିଶାଇ ଏନଡିଏକୁ ସମ୍ପ୍ରସାରିତ କରିବା ଲକ୍ଷ୍ୟ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    42 %
    2.3kmh
    1 %
    Mon
    41 °
    Tue
    39 °
    Wed
    40 °
    Thu
    40 °
    Fri
    39 °

    ସମ୍ବନ୍ଧିତ