Thursday, February 26, 2026
19.9 C
Odisha

    ବିଜେପି ଛାଡିଲେ ଧର୍ମଶାଳାର ଯୁବନେତା ହିମାଂଶୁ ଶେଖର ସାହୁ

    ଆଗକୁ ପଢନ୍ତୁ

    ବିଜେପି ଛାଡିଲେ ଧର୍ମଶାଳାର ଯୁବନେତା ହିମାଂଶୁ ଶେଖର ସାହୁ। ବିଜେପି ନେତା ହିମାଂଶୁ ଶେଖର ସାହୁ ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ହିମାଂଶୁ ଶେଖର ସାହୁ ନିର୍ବାଚନ ପୂର୍ବରୁ ଧର୍ମଶାଳାରେ ନିଜର ସଙ୍ଗଠନ ପସ୍ତୁତ କରିଥିଲେ ମଧ୍ୟ ବିଜେପି ତାଙ୍କୁ ଅଣଦେଖା କରିଥିଲା। ବିଜେପି ହିମାଂଶୁଙ୍କ ବଦଳରେ ସ୍ମୃତିରେଖା ପହିଙ୍କୁ ଟିକେଟ ଦେଇଥିଲା। ଯାହା ପରେ ହିମାଂଶୁଙ୍କ ସମର୍ଥକ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିଥିଲେ। ସ୍ମୃତିରେଖାଙ୍କ ବଦଳରେ ହିମାଂଶୁଙ୍କୁ ଟିକେଟ ପାଇଁ ସମର୍ଥକ ମାନେ ଅଡି ବସିଥିଲେ। ରାଜ୍ୟ ବିଜେପି ସଭାପତି ହିମାଂଶୁଙ୍କ ସମର୍ଥକଙ୍କୁ ଆଶ୍ବାସନା ଦେଇ ସେମାନଙ୍କ କଥା ବିଚାରକୁ ନିଆଯିବ ବୋଲି କହିଥିଲେ। ହେଲେ କିଛି ହୋଇନଥିଲା। ଯାହା ପରେ ଗତକାଲି ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ହିମାଂଶୁ। ଆଉ ଆଜି ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.9 ° C
    19.9 °
    19.9 °
    32 %
    1.6kmh
    0 %
    Wed
    20 °
    Thu
    32 °
    Fri
    34 °
    Sat
    36 °
    Sun
    37 °

    ସମ୍ବନ୍ଧିତ