Wednesday, March 25, 2026
33 C
Odisha

    ବିଜେପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

    ଆଗକୁ ପଢନ୍ତୁ

    କୁଆଡେ ଗଲା ଏମଏସପି ଦୁଇଗୁଣା କରିବାର ପ୍ରତିଶୃତି ? କୁଆଡେ ଗଲା ବରପାଲି ଷ୍ଟେସନକୁ ରେଲୱେ ଜଙ୍କସନ କରିବାର ପ୍ରତିଶୃତି ? କୁଆଡେ ଗଲା କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ଘୋଷଣା ? କେବଳ ନିର୍ବାଚନ ଆସିଲେ ବିରୋଧୀ ଦଳର ଚାଷୀଙ୍କ କଥା ମନେପଡେ । ବରଗଡ଼ ବିଜେପୁରରୁ ବିରୋଧୀଙ୍କୁ ଏମିତି ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ବିଜେପୁରରେ ବରଗଡ ବିଜେଡି ପ୍ରାର୍ଥୀ ପରିଣିତା ମିଶ୍ର ଓ ବିଜେପୁର ବିଧାୟକ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

    ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ କରିବାକୁ ସବୁ ନିର୍ବାଚନମଣ୍ଡଳିରୁ ଦାବି ହେଉଛି। କାରଣ ମୁଖ୍ୟମନ୍ତ୍ରୀ ଯେଉଁଠୁ ପ୍ରାର୍ଥୀ ହେବେ ସେହି ନିର୍ବାଚନମଣ୍ଡଳିର ଚିତ୍ର ବଦଳିଯିବ । ବିଜେପୁର ତାର ଏକ ଜ୍ବଳନ୍ତ ଉଦାହାରଣ। ବରଗଡ଼ ଜିଲ୍ଲାର ଜଳସେଚନ ସମସ୍ୟା ଦୂର କରିବାକୁ ୩୦ ମିଟର ତଳୁ ପାଣି ଉଠାଇ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୮୦ ହଜାର ହେକ୍ଟରରୁ ଅଧିକ ଜମି ଜଳସେଚିତ ହେଉଛି। ତିନି ବର୍ଷରେ ଏହି କାମ ଶେଷ ହୋଇଛି। ରୂପାନ୍ତରଣ କଣ ବିରୋଧୀ ଆସି ଏହି ପ୍ରକଳ୍ପକୁ ଦେଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ଗତ ଉପନିର୍ବାଚନ ଓ ୨୦୧୯ରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଆସି ଏମଏସପି ଦୁଇଗୁଣା ହେବ ବୋଲି କହିଥିଲେ। କିନ୍ତୁ ଏଯାଏଁ କଲେ ନାହିଁ । ଏବେ ପୁଣି ନିର୍ବାଚନ ଆସିଛି, ସେ ଆସିବେ ଆଉ ବଡ ବଡ ପ୍ରତିଶୃତି ଦେଇ ଚାଲିଯିବେ । ବରପାଲୀ ରେଳଷ୍ଟେସନକୁ ରେଲୱେ ଜଙ୍କସନ କରିବାକୁ ପ୍ରତିଶୃତି ଦେଇଥିଲେ । ଏଯାଏଁ ପ୍ରତିଶୃତି ପାଳନ କଲେ ନାହିଁ । କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରିବାକୁ କହିଥିଲେ । କୁଆଡେ ଗଲା ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାର ପାଉଥିବା ଜିଏସଟି ଭାଗକୁ ଫେରାଇ ଦେଇଛନ୍ତି ବୋଲି ସେ କହିଛନ୍ତି। ଏହା ହେଉଛି ବରଗଡବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା । ଫସଲ ବୀମା ସମସ୍ୟାର ସମାଧାନ ହେବ ବୋଲି କହିଥିଲେ ବିରୋଧୀ ଦଳର ନେତାମାନେ ଫେଲ ମାରିଲେ ।

    ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଫସଲ ବୀମାର ପ୍ରିମିୟମ ନିଜେ ବହନ କଲେ । ଗଙ୍ଗାଧର ମେହେରଙ୍କ ଜନ୍ମମାଟି ଓ ମ୍ୟୁଜିୟମ ପାଇଁ କୋଟିଏ ୨୦ ଲକ୍ଷ ଓ ଦୁଇ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଓଡିଶାର ବରପୁତ୍ର ଓ ଅସ୍ମିତା କଥା କହୁଥିବା କେନ୍ଦ୍ରମନ୍ତ୍ରୀ ଗଙ୍ଗାଧର ମେହେରଙ୍କ ଗୋଟିଏ ବି ପ୍ରତିମୂର୍ତ୍ତି କରିନାହାଁନ୍ତି । ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ଦେଶର ସବୁ ପେଟ୍ରୋଲ ପମ୍ପରେ ନିଜର ଫଟୋ ମାରିଲେ । କିନ୍ତୁ ବରଗଡର ଗର୍ବ ଗଙ୍ଗାଧର ମେହେରଙ୍କୁ ଭୁଲିଗଲେ । ଖରାଦିନେ ଥଣ୍ଡା ଜାଗାକୁ ବୁଲିଯିବା ଭଳି ନିର୍ବାଚନ ଆସିଲେ ବିରୋଧୀ ଦଳର ନେତାମାନେ ଟୁରିଷ୍ଟ ଭଳି ଆସିବେ ବଡ ବଡ ପ୍ରତିଶୃତି ଓ ମିଠା ମିଠା କଥା କହି ଚାଲିଯିବେ। ବିଜେପୁରର ବିକାଶଧାରାକୁ ଜାରି ରଖିବାକୁ ନବୀନ ପଟ୍ଟନାୟକଙ୍କୁ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଅପିଲ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    33 ° C
    33 °
    33 °
    32 %
    1.3kmh
    50 %
    Wed
    37 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ