Tuesday, March 24, 2026
29.2 C
Odisha

    ବିଧାନସଭାରେ ଥମୁନି ଏସସିବି ତାତି, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ ମୁଲତବି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଧାନସଭାରେ ଥମୁନି ଏସସିବି ତାତି । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଚାଲିପାରିନଥିଲା ପ୍ରଶ୍ନକାଳ । ଆଜି ବିଧାନସଭା ଆରମ୍ଭ ହେବା ପରେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରବଳ ହଟ୍ଟଗୋଳ କରିଥିଲେ । ପ୍ରବଳ ପାଟିତୁଣ୍ଡ ଯୋଗୁ ଗୃହକୁ ବାଚସ୍ପତି ଦିନ ସାଢ଼େ ଏଗାରଟା ଯାଏ ମୁଲତବି ରଖିଥିଲେ ।

    ପରେ ପରିସ୍ଥିତିରେ ସଧାର ନ ଆସିବରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି । ସେପଟେ ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ନବୀନଙ୍କ ଉଦବେଗ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ଏସସିବି ଦୁର୍ଘଟଣାର ୯ ଦିନ ପରେ ଜଣେ ବି କେନ୍ଦ୍ରମନ୍ତ୍ରୀ ହସ୍ପିଟାଲ ପରିଦର୍ଶନରେ ଆସିନାହାନ୍ତି । ଆମ ସରକାର ବେଳେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା ।

    ସେତେବେଳେ ଏକାଧିକ କେନ୍ଦ୍ରମନ୍ତ୍ରୀ ହସ୍ପିଟାଲ ପରିଦର୍ଶନ କରିଥିଲେ । କିନ୍ତୁ ଏସସିବି ଘଟଣା ପରେ ଜଣେ ବି କେନ୍ଦ୍ରମନ୍ତ୍ରୀ ପରିଦର୍ଶନ ନକରିବା ଦୁଃଖର ବିଷୟ । ଏହାସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି । ସେହିପରି କଂଗ୍ରେସ କହିଛି, ସରକର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି l

    ଓଡ଼ିଶାବାସୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରୁ ବଂଚିତ ହଉଛନ୍ତି । ବିରୋଧୀ ସ୍ୱର ଉଠାଇଛନ୍ତି ସେ ସ୍ବର ଗଣତନ୍ତ୍ରର ବୋଲି କହିଛି । ସେପଟେ ବିରୋଧୀଙ୍କୁ ଆଲୋଚନାରେ ଭାଗ ନେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ‘ସେମାନେ ଯାହା ଚାହୁଁଛନ୍ତି ଆଲୋଚନାରେ ଭାଗ ନେଇ ରେକର୍ଡ କରିପାରିବେ ବୋଲି କେଭି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    24 %
    0.5kmh
    0 %
    Tue
    31 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ