Monday, March 23, 2026
24.7 C
Odisha

    ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ଅଛନ୍ତି ମାତ୍ର ୧୫ ନକ୍ସଲ । ମାଓନେତା ଶ୍ରୁକ୍ରୁ ନେତୃତ୍ବରେ ଓଡ଼ିଶାରେ ୧୫ ମାଓବାଦୀ ସକ୍ରିୟ ଅଛନ୍ତି । କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏହି ମାଓବାଦୀମାନେ ସକ୍ରିୟ ଅଛନ୍ତି । ବିଧାନଭାରେ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

    ରାଜ୍ୟରେ କେତେ ମାଓବାଦୀ ଅଛନ୍ତି । ସେନେଇ ବିଧାୟକ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏବେ ୧୫ ମାଓବାଦୀ ଅଛନ୍ତି । କନ୍ଧମାଳ -କଳାହାଣ୍ଡି -ରାୟଗଡା ଜିଲ୍ଲା ସୀମାବର୍ତ୍ତୀ ଅଳ୍ପ କିଛି ଅଞ୍ଚଳରେ ଅଛନ୍ତି 15 ମାଓବାଦୀ । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ଉପସ୍ଥିତ ନାହାନ୍ତି । ଗତ ୨ ବର୍ଷରେ ୨୦୨୬ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୯୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲା ମାଓବାଦୀ ପ୍ରଭାବିତ ଜିଲ୍ଲା ଭାବରେ ବିବେଚିତ କରାଯାଉଛି ।

    ୩୧ ମାର୍ଚ୍ଚ ସୁଦ୍ଧା ଓଡ଼ିଶା ମାଓମୁକ୍ତ ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାର୍ଚ୍ଚ ୩୧କୁ ଡେଡଲାଇନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏଥିପାଇଁ ଆଉ ମାତ୍ର ୯ ଦିନ ହାତରେ ଅଛି । ଓଡ଼ିଶାକୁ ମାଓମୁକ୍ତ କରିବାକୁ ଜୋରଦାର ଚାଲିଛି ଅପରେସନ। ପୋଲିସ ହାତରେ ଲାଗିଛି ମାଓନେତା ଶୁକ୍ରୁର ଠିକଣା । ଶୁକ୍ରୁକୁ ଘେରାବନ୍ଦୀ କରି ରଖିଛନ୍ତି ସୁରକ୍ଷାକର୍ମୀ । ଚାଳିଛି ମିଳିତ ବାହିନୀର ବଡ଼ ଅପରେସନନ। ଡ୍ରୋନ ସହାୟତା ବି ନିଆଯାଇଛି । ଶୁକ୍ରୁ ସହ ନକ୍ସଲ ବାହିନୀର ଶେଷ ଦୁର୍ଗ ପତନ ପାଇଁ ଲକ୍ଷ୍ୟ ରଖିଛି ଓଡ଼ିଶା ପୋଲିସ । ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାକୁ ନକ୍ସଲମୁକ୍ତ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.7 ° C
    24.7 °
    24.7 °
    35 %
    1.5kmh
    76 %
    Mon
    25 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ