Thursday, April 2, 2026
26.4 C
Odisha

    ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ

    ଆଗକୁ ପଢନ୍ତୁ

    ବିହାର : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୨୦୨୪ ରେ ନୀତିଶ ବିହାର ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଏହି କାର୍ଯ୍ୟକାଳ ୨୦୩୦ରେ ଶେଷ ହେବାକୁ ଥିଲା । ନିକଟରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ସାମ୍ବିଧାନିକ ନିୟମ ଅନୁଯାୟୀ ତାଙ୍କୁ ସଦସ୍ୟ ପଦ ଛାଡ଼ିବାକୁ ପଡ଼ିବ । ଜଣେ ବ୍ୟକ୍ତି ଏକାସାଙ୍ଗରେ ରାଜ୍ୟସଭା ସାଂସଦ ଏବଂ ରାଜ୍ୟ ବିଧାନସଭା ପରିଷଦର ସଦସ୍ୟ ରହିପାରିବେ ନାହିଁ ।

    ନୀତିଶ କୁମାର ମାର୍ଚ୍ଚ ୧୬ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୫ ରେ ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟର ବିଜୟ ପରେ ସେ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏବେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ତାଙ୍କର କାର୍ଯ୍ୟକାଳ ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହେଉଛି ।

    ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ବିହାରରେ ବିଜେପି ନେତୃତ୍ୱରେ ନୂଆ ସରକାର ଗଠନ ହୋଇପାରେ । ବିହାର ପ୍ରଥମ ଥର ପାଇଁ ଜଣେ ବିଜେପି ମୁଖ୍ୟମନ୍ତ୍ରୀ ପାଇବ । ବିଜେପି ନେତା ନିତିନ ନବୀନ ମଧ୍ୟ ବିଧାନସଭାରୁ ଇସ୍ତଫା ଦେଇ ରାଜ୍ୟସଭାକୁ ଯିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    49 %
    2.1kmh
    0 %
    Wed
    27 °
    Thu
    40 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ