Saturday, January 10, 2026
11.4 C
Odisha

    ବିନ୍ଦୁସାଗରରେ ଆକର୍ଷଣ ସାଜିବ ମୟୂର ଡଙ୍ଗା, ଦାମ୍ ରହିଛି ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ‘‘ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋର…’’ ଏଇ ଧାଡ଼ିଗୁଡ଼ିକ ଭିତରେ ରହିଛି ଓଡ଼ିଆ ଜାତିର ସୁବର୍ଣ୍ଣ ଇତିହାସର ଚିତ୍ର। ଅତୀତ ଗୌରବର ଖୁସି ସହିତ ଏଥିରେ ଅଛି ସବୁକିଛି ହରାଇବାର କୋହ । ଏହାର ଗୁଞ୍ଜରଣ ଶୁଭିବ କାର୍ତ୍ତିକ ପୂର୍ଣ୍ଣିମା ଦିନ ।  ଦିନ କେଇଟା ପରେ ରାଜଧାନୀର ବିଭିନ୍ନ ପୁଷ୍କରିଣୀ ଓ ନଦୀକୂଳରେ ଦେଖିବାକୁ ମିଳିବ ସୁସଜ୍ଜିତ ଡଙ୍ଗା । ବୋଇତ ଭସାଇ ଅତୀତକୁ ମନେ ପକାଇବା ସହିତ ଧର୍ମ ଅର୍ଜନ କରିବା ପାଇଁ ଭିଡ଼ ଜମେଇବେ ସହରବାସୀ । ପୂର୍ଣ୍ଣିମାର ଏହି ବିଶେଷ ମୁହୂର୍ତ୍ତକୁ ଓଡ଼ିଆମାନେ ଚାହିଁ ରହିଥିବା ବେଳେ ବୋଇତ ବନ୍ଦାଣ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ୧୫ ଫୁଟ ଲମ୍ବ ଓ ସାଢେ ୭ ଫୁଟ୍‌ ଉଚ୍ଚତାର ସୁସଜ୍ଜିତ ମୟୂର ଡଙ୍ଗା । ଯାହା ବିନ୍ଦୁସାଗରରେ ଆକର୍ଷଣ ସାଜିବ । ନଳା ମୁହଁ ସାହିର ହୃଷିକେଶ ବେହେରା ଏହି ଡଙ୍ଗା ତିଆରି କରୁଛନ୍ତି । ତାଙ୍କୁ ସହଯୋଗ କରୁଛନ୍ତି ସୌଦାମିନୀ ସାମଲ।

    ଅନ୍ୟପଟେ ଏହି ୧୫ ଫୁଟିଆ ବୋଇତ ତିଆରି କରିବାକୁ ତାଙ୍କୁ ପାଖାପାଖି ୧୫ ଦିନ ସମୟ ଲାଗିଥିବା ବେଳେ ମୟୂର ବୋଇତ ଚାରିପଟେ ରହିବ ସାତଭାଇଙ୍କ ପ୍ରତିମା । ୨୦୦୫ ମସିହାରୁ ହୃଷିକେଶ ବେହେରା ଏହି ବିଶାଳ ଡଙ୍ଗା ତିଆରି କରୁଛନ୍ତି । ପ୍ରତି ବର୍ଷ ଭିନ୍ନ ଭିନ୍ନ ଆକୃତିର ଡଙ୍ଗା ତିଆରି କରିଥାନ୍ତି ହୃଷିକେଶ । ପୂର୍ବରୁ ହଂସ ଏବଂ ଚିଲ ଆକୃତିର ଡଙ୍ଗା ତିଆରି କରିଥିବା ବେଳେ ଚଳିତବର୍ଷ ସେ ମୟୂର ଆକୃତିର ବୋଇତ ତିଆରି କରିଛନ୍ତି । ବାଉଁଶ ଓ ସୋଲରେ ତିଆରି ହେଉଥବା ଏହି ଡଙ୍ଗାରେ କଣ୍ଟା, କାଗଜ, ଝୁଡ଼ି, ପାଲ ଆଦି ବ୍ୟବହାର କରାଯାଇଛି । ୨୦ ଦିନ ଆଗରୁ ତାଙ୍କୁ ଡଙ୍ଗା ପାଇଁ ବରାଦ ଆସିଥାଏ । ବରାଦ ଆସିବା ମାତ୍ରେ ସେ କାମ ଆରମ୍ଭ କରି ଦିଅନ୍ତି । ବର୍ତ୍ତମାନ ବୋଇତ ତିଆରି କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଏହି ବୋଇତର ଦାମ୍ ରହିଛି ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ।

    ଦିନ କେଇଟା ପରେ କାର୍ତ୍ତିକ ପୂର୍ଣ୍ଣିମା l ପୁରାତନ ପରମ୍ପରା ଅନୁଯାୟୀ ସାଧବ ପୁଅଙ୍କ ସ୍ମୃତି ଚାରଣ କରି ସବୁ ସ୍ଥାନରେ ପାଳନ କରାଯିବ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ l ଏହାକୁ ନେଇ ସବୁସ୍ଥାନରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    11.4 ° C
    11.4 °
    11.4 °
    30 %
    1.4kmh
    73 %
    Sat
    26 °
    Sun
    28 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ