ବିବାହର ୧୦ ବର୍ଷ ପରେ ପ୍ରଥମ ଥର ପାଇଁ ମା’ ହେବେ ଦିବ୍ୟାଙ୍କା ତ୍ରିପାଠୀ । ନିକଟରେ ସେ ତାଙ୍କର ବେବି ବମ୍ଫକୁ ଧରି ବେବି ସାୱାର ପାଳନ କରୁଥିବାର ଏକ ଫଟୋ ସେୟାର କରିଛନ୍ତି । ଯାହା ସମସ୍ତଙ୍କ ହୃଦୟ ଜିତିଛି । ଯାହା ଏବେ ସୋସିଆଲ ମିଡିଆରେ ଜୋର ଧରିଛି ।
ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ତାଙ୍କ ଫ୍ୟାନ୍ସଙ୍କ ସହିତ ଏହି ଖୁସି ଖବର ସେୟାର କରିଛନ୍ତି । ଏହି ବେବି ବମ୍ପ ଫଟୋ ସେୟାର କରିବା ପରେ ଅଭିନେତ୍ରୀଙ୍କୁ ସମସ୍ତେ ଅଭିନନ୍ଦନ ଜଣାଉଛନ୍ତି । ଏହି ସେୟାର କରିଥିବା ଫଟୋରେ ଦିବ୍ୟାଙ୍କା ଲାଲ୍ ଅନରାକଲି ପିନ୍ଧିଥିବାର ଦେଖିବାକୁ ମିଳିଛି । ଏଥି ସହିତ ସେ ତାଙ୍କ କେଶରେ ଗଜରା ଲଗାଇ ଟ୍ରାଡିସନାଲ ଗେଟଅପରେ ନିଜକୁ ସଜାଇଥିବା ନଜର ଆସିଛନ୍ତି ଦିବ୍ୟାଙ୍କା । ତାଙ୍କର ଏହି ବେବି ସାୱାରର ଆୟୋଜନ ଅଭିନେତ୍ରୀଙ୍କ ବନ୍ଧୁମାନଙ୍କ ଦ୍ବାରା ହୋଇଥିବା ଜଣାପଡିଛି । ବେବି ବମ୍ପ ସହିତ ସୁନ୍ଦର ସୁନ୍ଦର ପୋଜ ମଧ୍ୟ ଦେଇଛନ୍ତି ଦିବ୍ୟାଙ୍କା ।
ସେହିପରି ଦିବ୍ୟାଙ୍କା ଅନାରକଲିରେ ନଜର ଆସିଥିଲାବେଳେ ତାଙ୍କ ସ୍ବାମୀ ବିବେକ କାଜୁଆଲ୍ ଲୁକରେ ନଜର ଆସିଛନ୍ତି । ତାଙ୍କ ସ୍ବାମୀ କାଜୁଆଲ ଲୁକରେ ନୀଳ ସାର୍ଟ ଏବଂ ବେଜ୍ ପ୍ୟାଣ୍ଟ ପିନ୍ଧି ଖୁବ୍ ସୁନ୍ଦର ଦିଶୁଥିଲେ । ଏଥିସହିତ ସେୟାର ହୋଇଥିବା ଫଟୋରେ ପୂଜାବେଳେ ତାଙ୍କ ମୁଣ୍ଡରେ ଲାଲ୍ ଦୁପଟା ପିନ୍ଧିଛନ୍ତି । ଯାହା ତାଙ୍କ ସୁନ୍ଦରତାକୁ ଦ୍ବିଗୁଣିତ କରିଦେଇଛି । ଏତିକି ନୁହେଁ ଅନାରକଲି ଡ୍ରେସ ସହିତ କେଶରେ ଗଜରା, କାନରେ ସୁନା କାନଫୁଲ, ଛୋଟ ବିନ୍ଦି, ସିନ୍ଦୂର ଏବଂ ଲିପଷ୍ଟିକ୍ ଲଗାଇ ନିଜର ଜେଟଅପ୍ କମ୍ପ୍ଲିଟ୍ କରିଥିଲେ ଦିବ୍ୟାଙ୍କା ।
