Wednesday, March 25, 2026
36.9 C
Odisha

    ବିବାହ ପରେ ଅଧିକ ଝଗଡା କରିଥାନ୍ତି ଏହି ଯୋଡ଼ି

    ଆଗକୁ ପଢନ୍ତୁ

    ଲୋକକଥା ଅନୁସାରେ ବିବାହର ଲଡୁ ଖାଇଲେ ଓ ନ ଖାଇଲେ ମଧ୍ୟ ପସ୍ତେଇବାକୁ ପଡ଼ିଥାଏ। ଅର୍ଥାତ୍ କୌଣସି ବ୍ୟକ୍ତି ବିବାହ ନକଲେ ଦୁଃଖୀ ରହେ ଓ ବିବାହ କଲେ ମଧ୍ୟ ଦୁଃଖୀ ରହିଥାଏ। ବିବାହ ପରେ ବ୍ୟକ୍ତିର ଦାୟିତ୍ୱ ବଢ଼ି ଯାଇଥାଏ ଏବଂ ଜୀବନସାଥୀଙ୍କ ସହିତ ସାରାଜୀବନ ରହିବାରେ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।ଜଣେ ଅଜଣା ବ୍ୟକ୍ତି ସହିତ ନୂଆ ଜୀବନ ଆରମ୍ଭ କରିବା ସମସ୍ୟାରେ ତାଙ୍କ ସହିତ ନୂଆ ସାମଞ୍ଜସ୍ୟ ସ୍ଥାପନ କରିବା ପାଇଁ ଅନେକ ସମୟ ମଧ୍ୟ ଲାଗି ଯାଇଥାଏ। ଏହି କାରଣ ଯୋଗୁଁ ପତିପତ୍ନୀଙ୍କ ମଧ୍ୟରେ କଳି ଝଗଡା ଆଦି ଲାଗିରହେ। ଏହି ବିବାଦ କେବେ ସାମାନ୍ୟ କଥାରୁ ବଡ଼ ଆକାରର ରୂପ ନେଇଥାଏ।କହିବାକୁ ଗଲେ ପତିପତ୍ନୀଙ୍କ ମଧ୍ୟରେ କଳି ଝଗଡା ହେବା ସାମାନ୍ୟ କଥା। କିନ୍ତୁ କିଛି ଦମ୍ପତ୍ତି ସବୁବେଳେ କଳି ଝଗଡା କରିଥାନ୍ତି। ତା ଛଡା ଏମାନଙ୍କର କଳି ଝଗଡା ଲାଗିବା ଏମାନଙ୍କ ରାଶିର ମେଳ ନହେବା ମଧ୍ୟ ହୋଇଥାଏ। କିଛି ଏଭଳି ରାଶି ରହିଥାନ୍ତି, ଯେଉଁ ମାନଙ୍କର କେବେବି ପରସ୍ପର ମଧ୍ୟରେ ବୁଝାମଣା ରହେ ନାହିଁ।ଆଜି ଆମେ ଆପଣଙ୍କୁ କିଛି ଏଭଳି ରାଶିର ଯୋଡ଼ି ବିଷୟରେ କହିବାକୁ ଯାଉଛୁ। ଯେଉଁମାନେ ବିବାହ ପରେ ସର୍ବଦା କଳି ଝଗଡା ଲାଗି ଥାଆନ୍ତି, ଅର୍ଥାତ୍ ଏମାନଙ୍କ ମଧ୍ୟରେ କେବେବି ତାଳମେଳ ରହେ ନାହିଁ।

    ମକର ଓ ତୁଳା ରାଶିର ପତି-ପତ୍ନୀ –

    ମକର ଓ ତୁଳା ରାଶିର ପତିପତ୍ନୀଙ୍କ ମଧ୍ୟରେ କେବେବି ତାଳମେଳ ରହିନଥାଏ। ଏମାନେ ସାମାନ୍ୟ କଥାରେ କ୍ରୋଧିତ ହୋଇଯାଇଥାନ୍ତି। ଯେତେବେଳେ ଏମାନଙ୍କ ମଧ୍ୟରେ ଝଗଡା ହୋଇଥାଏ, ଏମାନଙ୍କ ମଧ୍ୟରୁ କେହିବି ମୁଣ୍ଡ ନୁଆଁଇବାକୁ ପସନ୍ଦ କରନ୍ତିନାହିଁ। ଏମାନଙ୍କ ମଧ୍ୟରେ ସାମାନ୍ୟ ବୁଝାମଣା ନଥିବାରୁ ଏମାନେ ପରସ୍ପରକୁ ଦୋଷାରୋପ କରିବାରେ ମାହିର ହୋଇଥାନ୍ତି।

    କର୍କଟ ଓ କନ୍ୟା ରାଶିର ପତି-ପତ୍ନୀ –

    କର୍କଟ ଓ କନ୍ୟା ରାଶିର ପତିପତ୍ନୀଙ୍କର ବିଚାର ଧାରା ପରସ୍ପର ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ। ଏହି ଦମ୍ପତ୍ତି ସାମାନ୍ୟ କଥାରେ କଳି ଝଗଡା କରିବା ଆରମ୍ଭ କରିଦେଇଥାନ୍ତି। ଏମାନେ କଥାବାର୍ତ୍ତାରେ ନିଜ ଝଗଡା ଶେଷ କରିଥାନ୍ତି କିନ୍ତୁ ହିଂସା ଆଦି ଏମାନଙ୍କ ଝଗଡାରେ ଦେଖିବାକୁ ମିଳେ ନାହିଁ। ଏମାନେ ଗୋଟେ ଛାତ ତଳେ ରହିବା ଅନ୍ୟମାନଙ୍କ ପାଇଁ କଷ୍ଟକର ହୋଇପଡେ।

    ମେଷ ଓ ମୀନ ରାଶିର ପତି-ପତ୍ନୀ :-

    ମେଷ ଓ ମୀନ ରାଶିର ଜାତକ ବହୁତ ଜିଦି ଓ କ୍ରୋଧୀ ସ୍ୱଭାବର ହୋଇଥାନ୍ତି। ଏମାନେ ପରସ୍ପରର ପରାମର୍ଶକୁ ଗୁରୁତ୍ବ ଦେଇନଥାନ୍ତି। ଏମାନେ ନିଜ ଇଛା ଅନୁସାରେ ସବୁ କାର୍ଯ୍ୟ କରିଥାନ୍ତି। ଏହି ଦମ୍ପତ୍ତି ନିଜ କଥାକୁ ଠିକ୍ ସାବ୍ୟସ୍ତ କରିବା ପାଇଁ ବିବାଦ କରିଥାନ୍ତି। ଏମାନେ କେବେବି ନିଜର ଭୁଲକୁ ସ୍ବୀକାର କରନ୍ତି ନାହିଁ ଏବଂ ପରସ୍ପରକୁ ଦୋଷାରୋପ କରିଥାନ୍ତି। ଯାହାଦ୍ଵାରା ଏମାନଙ୍କର ବିବାଦ ପରେ ମଧ୍ୟ ବୁଝାମଣା ହୋଇ ପାରେନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    36.9 ° C
    36.9 °
    36.9 °
    19 %
    3.6kmh
    13 %
    Wed
    37 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ