Thursday, April 2, 2026
25.4 C
Odisha

    ବିବାହ ପାଇଁ ରାଜି ନ ହେବାରୁ ପ୍ରେମିକାକୁ ଛୁରୀ ଭୁସି ହତ୍ୟା !

    ଆଗକୁ ପଢନ୍ତୁ

    ବାହା ହେବାକୁ ପ୍ରେମିକା ମନା କରିବାରୁ ରାଗରେ ଛୁରି ଭୁସି ହତ୍ୟାକଲା ନୃଶଂସ ପ୍ରେମିକ। ବେଙ୍ଗାଲୁରୁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ଶନିବାର ସନ୍ଧ୍ୟାରେ ସହରର ସାଲିନି ଗ୍ରାଉଣ୍ଡ ଅଞ୍ଚଳରେ ଏହି ଘଟଣା ଘଟିଛି। ପ୍ରେମିକା ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ପ୍ରେମିକ ତାଙ୍କୁ ଏକାଧିକ ବାର୍‌ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ୩୫ ବର୍ଷୀୟ ପ୍ରେମିକ ଘଟଣା ଘଟାଇବା ପରେ ପୁଲିସ୍‌ ଷ୍ଟେସନ୍‌କୁ ଯାଇ ନିଜ ଅପରାଧ ସ୍ବୀକାର କରିଛି ।

    ଅଭିଯୁକ୍ତ ଗିରିଶ ଏନଏଲ ଓରଫ ରେହାନ ଅହମ୍ମଦ ଗିରଫ ହୋଇଛି । ମୃତ ମହିଳା ହେଲେ ଜୟନଗର ଭି ବ୍ଲକର ୪୨ବର୍ଷୀୟ ଫରିହା ଖାତୁନ। ଫରିହା ବିବାହିତା ଓ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି। ଉଭୟ ଝିଅଙ୍କର ବୟସ ୨୧ ଓ ୧୬ବର୍ଷ। ଅଭିଯୁକ୍ତ ଗିରିଶ ବେଙ୍ଗାଲୁରୁର ଜୟନଗରର ବାସିନ୍ଦା ହୋଇଥିବା ବେଳେ ତାଙ୍କ ୪୨ ବର୍ଷୀୟା ପ୍ରେମିକା ପଶ୍ଚିମବଙ୍ଗର। ସେ ସହରର ଏକ ସ୍ପାରେ ନିଯୁକ୍ତ ଥିଲେ। ପୁଲିସର ସୂଚନାନୁସାରେ, ନିଜ ଭଉଣୀଙ୍କ ପାଇଁ ଉପଯୁକ୍ତ ବର ଖୋଜିବାରେ ଅସୁବିଧା ହେତୁ ଗିରିଶ ୨୦୧୧ ମସିହାରେ ଇସଲାମ ଧର୍ମ ଗ୍ରହଣ କରିଥିଲେ। ମାର୍ଚ ୨୯ ତାରିଖରେ ଗିରିଶଙ୍କ ଜନ୍ମଦିନ ପୂର୍ବରୁ ଫରିଦା ତାଙ୍କ ଝିଅମାନଙ୍କ ସହ ପଶ୍ଚିମବଙ୍ଗରୁ ବେଙ୍ଗାଲୁରୁ ଫେରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ