Monday, March 30, 2026
25.1 C
Odisha

    ବିବାହ ପୂର୍ବରୁ ଘରୋଇ ଉପଚାର ମାଧ୍ୟମରେ ତ୍ୱଚାକୁ କିପରି ଚମକାଇବେ, ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ବିବାହ ସମୟରେ ସମସ୍ତେ ସୁନ୍ଦର ଲାଗିବାକୁ ଚେଷ୍ଟା କରିଥାଆନ୍ତି । ବିଶେଷ କରି ମହିଳାମାନେ ବ୍ରାଇଡାଲ୍ ଲୁକ୍ ପାଇଁ  ଅଧିକ ଚିନ୍ତିତ ଥାଆନ୍ତି । ସମସ୍ତେ ସେମାନଙ୍କ ବିବାହ ଦିନ କ୍ୟାମେରା ଆଗରେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। ନିଜକୁ ସୁନ୍ଦର କରିବା ପାଇଁ ଯେତେବେଳେ ବିୟୁଟି ପାର୍ଲରକୁ ଯାଇଥାଉ ସେତେବେଳେ ଆମକୁ ଅନେକ ଟଙ୍କା ଖର୍ଚ୍ଚ କରିବାରୁ ପଡିଥାଏ। କିନ୍ତୁ ଆମେ ଆପଣଙ୍କ ପାଇଁ କିଛି ବ୍ରାଇଡାଲ୍ କିମ୍ବା ତ୍ୱଚା ଯତ୍ନ ଟିପ୍ସ ଆଣିଛୁ। ଯାହାକୁ ଆପଣ ଆପଣଙ୍କ ବିବାହ ପୂର୍ବରୁ ଅନୁସରଣ କଲେ ଏହା ଭଲ ଫଳ ଦେଇଥାଏ। ପ୍ରତିଦିନ ତ୍ୱଚାକୁ ଧୁଅନ୍ତୁ ।  ତ୍ୱଚାକୁ ଧୋଇବା ପାଇଁ କୌଣସି ଭଲ କମ୍ପାନିର  ଫେସ୍ ୱାଶ୍ ବ୍ୟବହାର କରନ୍ତୁ ।  ଦିନକୁ ଥରେ ଆପଣଙ୍କ ତ୍ୱଚାକୁ ହାଲୁକା ଭାବରେ ଧୁଅନ୍ତୁ। ଏହା ଆପଣଙ୍କ ଚର୍ମରୁ ମଇଳା ଏବଂ ତେଲ ବାହାର କରିବା ସହ ଆପଣଙ୍କ ଛିଦ୍ରଗୁଡ଼ିକୁ ସଫା କରିବ। ତା’ପରେ, ଉଷୁମ ପାଣିରେ ବାଷ୍ପ ନିଅନ୍ତୁ। ଆପଣଙ୍କ ଛିଦ୍ରଗୁଡ଼ିକୁ ଖୋଲିବା ଏବଂ ରକ୍ତ ସଞ୍ଚାଳନ ବୃଦ୍ଧି କରିବାରେ ସହାୟକ ହେବ। କିନ୍ତୁ ଏହି ବାଷ୍ପ କେବଳ ୫ ମିନିଟ୍ ପାଇଁ ନିଅନ୍ତୁ।  ତ୍ୱଚା ଭଲଭାବରେ ପରିଷ୍କାର ହେବା ହାଲୁକା ସ୍କ୍ରବ କିମ୍ବା ଫେସ୍ ପ୍ୟାକ୍ ଲଗାନ୍ତୁ। ମନେ ରଖିବେ ସ୍କ୍ରବକୁ ବେଶୀ ମୁହଁରେ ଘଷିବେ ନାହିଁ। ଏହାପରେ ମୁହଁକୁ ଭଲଭାବରେ ଧୋଇଦେଲା ପରେ ଫେସିଆଲ ମାସ୍କ ଲଗାନ୍ତୁ।

    ଫେସିଆଲ ମାସ୍କ ଭାବରେ ଆପଣ ଦହି ,ମହୁ କିମ୍ବା ଆଲୋଭେରାକୁ ବ୍ୟବହାର କରିପାରିବେ । ଏହାକୁ  ପନ୍ଦର ମିନିଟ ଲଗାଇବା ପରେ ଥଣ୍ତା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ଏହା ଆପଣଙ୍କ ତ୍ୱଚାକୁ ନରମ ଏବଂ ହାଇଡ୍ରେଟେଡ୍ ରଖିବ।  ଫେସ୍ ମାସ୍କକୁ ଧୋଇବା ପରେ ଏକ କୁଲିଂ ଟୋନର କିମ୍ବା ଗୋଲାପ ଜଳ କୁ ଆପଣଙ୍କ ତ୍ୱଚାରେ ଥାପନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ନରମ କରିବା ସହ ରକ୍ତ ସଞ୍ଚାଳନ ବୃଦ୍ଧି କରିଥାଏ।

    ଆପଣଙ୍କ ତ୍ୱଚାକୁ ମଇଶ୍ଚରାଇଜ କରନ୍ତୁ। ଏହାକୁ ନରମ ଏବଂ ଉଜ୍ଜ୍ୱଳ ରଖିବା ପାଇଁ ଏକ ହାଲୁକା ଅଣ-ତୈଳଯୁକ୍ତ ମଇଶ୍ଚରାଇଜର ଲଗାନ୍ତୁ। ମାର୍କେଟରେ ଆପଣଙ୍କୁ ସହଜରେ ଭଲ କମ୍ପାନୀର ମଇଶ୍ଚରାଇଜ ମିଳିଯିବ। ଯଦି ଆପଣଙ୍କର ତ୍ୱଚାରେ ବ୍ରଣ ଅଛି, ତେବେ ସକାଳୁ ମୁହଁ ଧୋଇବା ପୁର୍ବରୁ ବାସି ଛେପ ବ୍ରଣ ହେଉଥିବା ସ୍ଥାନରେ ଲଗାନ୍ତୁ।

    ବିବାହ ଦିନ ବା ଏହାର କିଛି ଦିନ ପୁର୍ବରୁ ଦିନସାରା ପ୍ରଚୁର ପାଣି ପିଅନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ ରଖିଥାଏ। ଏହା ସହିତ  ଭଲ ନିଦ ବା ବିଶ୍ରାମ ଅତ୍ୟନ୍ତ ଜରୁରୀ।  ଯଦି ଆପଣ ରାତିରେ ଭଲ ନିଦରେ ଶୋଇବେ ତେବେ ସକାଳେ ଆପଣଙ୍କୁ ସତେଜ ଏବଂ ଉଜ୍ଜ୍ୱଳ ଅନୁଭବ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    47 %
    0.4kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ