Sunday, October 11, 2026
22.8 C
Odisha

    ରାତ୍ରିଭୋଜନ ବିଳମ୍ବରେ କରୁଥିଲେ, ହୋଇଯାନ୍ତୁ ସାବଧାନ: ନ ହେଲେ ହେବ ଏସବୁ ରୋଗ

    ଆଗକୁ ପଢନ୍ତୁ

     

    ମେଦବହୁଳତା: ଡେରିରେ ଖାଇବା ଦ୍ୱାରା ଖାଦ୍ୟ ହଜମ ନ ହୋଇ ପାରିବା କାରଣରୁ ଅନେକଙ୍କଠାରେ ମେଟାବଲିଜମ୍‌ ସ୍ତର ଅନିୟନ୍ତ୍ରିତ ହୋଇଥାଏ। ଶରୀରରେ ଅଧିକ କ୍ୟାଲୋରି ଜମାହେବା ଫଳରେ ମେଦବହୁଳତା ଦେଖାଦିଏ, ଯାହାକି ପରବର୍ତ୍ତୀ ସମୟରେ ଡାଇବେଟିସ୍‌, ବ୍ଲଡ୍‌ପ୍ରେସର ଭଳି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ।

    ପାଚନ ସମସ୍ୟା: ରାତି ଖାଇବା ଡେରି ହେଲେ ହଜମକ୍ରିୟା ବାଧାପ୍ରାପ୍ତ ହୁଏ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅନେକେ ବିଳମ୍ବରେ ଖାଉଥିବାରୁ ସଙ୍ଗେ ସଙ୍ଗେ ଶୋଇପଡ଼ନ୍ତି। ଫଳରେ ବଦହଜମି, ଏସିଡିଟି ହେବା ସହ ଛାତି ଜଳିବା, ଆମ୍ବିଳା ହାକୁଟି ହେବା ଭଳି ସମସ୍ୟା ଦେଖାଦିଏ। ତେଣୁ ପ୍ରତ୍ୟେକ ମହିଳା ରାତିରେ ବିଳମ୍ବ ନ କରି ପ୍ରତିଦିନ ଖାଇବାର ଏକ ଠିକ୍‌ ସମୟ ନିର୍ଦ୍ଧାରଣ କରିବା ଆବଶ୍ୟକ। ଏହାଦ୍ୱାରା ଖାଇବା ପରେ ଅଳ୍ପ ସମୟ ଚାଲବୁଲ କିମ୍ବା ଘରର କାମ କରିବା ପାଇଁ ସମୟ ମିଳିବ, ଯାହାକି ଖାଦ୍ୟ ଭଲ ଭାବେ ହଜମ ହେବାରେ ସାହାଯ୍ୟ କରିବ।

     ନିଦ୍ରାହୀନତା: ଅନେକ ମହିଳା ରାତିରେ ନିଦ ହେଉ ନ ଥିବା ନେଇ ଅଭିଯୋଗ କରିଥାଆନ୍ତି। ହେଲେ ଏକ ଗବେଷଣା ରିପୋର୍ଟ ମୁତାବକ ରାତ୍ରିଭୋଜନ ବିଳମ୍ବରେ କରିବା ଦ୍ୱାରା ବଦହଜମୀ, ଗ୍ୟାସ୍‌ ଭଳି ବିଭିନ୍ନ ସମସ୍ୟା ଉପୁଜିବା ସହ ରାତିରେ ନିଦ୍ରା ବାଧାପ୍ରାପ୍ତ ହୋଇଥାଏ। କେବଳ ଏତିକି ନୁହେଁ, ମସ୍ତିଷ୍କ ଠିକ୍‌ ଭାବେ ବିଶ୍ରାମ ନ ପାଇବାରୁ କେତେକଙ୍କଠାରେ ଅଜବ ସ୍ବପ୍ନ ମଧ୍ୟ ଆସିଥାଏ।

    ପ୍ରଭାବିତ କରେ ମାନସିକ ସ୍ବାସ୍ଥ୍ୟ: ବିଳମ୍ବିତ ରାତିରେ ଖାଇବା ଦ୍ୱାରା ହଜମକ୍ରିୟା ବାଧାପ୍ରାପ୍ତ ହେବା ସହ ଠିକ୍‌ ଭାବେ ନିଦ ନ ହେବା କାରଣରୁ ମାନସିକ ସ୍ତରରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ବାରମ୍ବାର ଏପରି ହେବା ଦ୍ୱାରା ଚିଡ଼ିଚିଡ଼ା ଲାଗିବା, ଡିପ୍ରେଶନ ଭଳି ବିଭିନ୍ନ ମାନସିକ ସମସ୍ୟା ଦେଖାଦେଇଥାଏ। ତେଣୁ ଏସବୁ ସମସ୍ୟାଠୁ ଦୂରେଇରହିବା ଲାଗି ପ୍ରତିଦିନ ରାତିରେ ଶୀଘ୍ର ଖାଇବାକୁ ଚେଷ୍ଟା କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ