Thursday, March 19, 2026
30.4 C
Odisha

    ବିରଜା ପରିକ୍ରମା ପ୍ରକଳ୍ପ ଏବଂ ହାଟ ବିବାଦର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ

    ଆଗକୁ ପଢନ୍ତୁ

    ଯାଜପୁର :ଯାଜପୁରରେ ମାଆ ବିରଜା ପରିକ୍ରମା ପ୍ରକଳ୍ପ ଏବଂ ହାଟକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇସାରିଛି। ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଏକ ବୈଠକ ଜରିଆରେ ଏହାର ସମାଧାନ ନିମନ୍ତେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ। ବୈଠକରେ ସହରର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ବ୍ୟବସାୟୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ। ବିବାଦୀୟ ଅଞ୍ଚଳ ମାପଚୁପ ପରେ ଆସନ୍ତା ୭ ଦିନ ପରେ ପୁଣି ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମା ବିରଜା ପରିକ୍ରମା ପ୍ରକଳ୍ପ ଏବଂ ସେହି ପରିକ୍ରମା ପ୍ରକଳ୍ପ ଅଞ୍ଚଳ ଭିତରେ ହାଟ ପୁନଃ ପ୍ରତିଷ୍ଠାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଏହି ତ୍ଵରିତ ପଦକ୍ଷେପ ନେଇଛି। ବୈଠକରେ ମୁଖ୍ୟତଃ ପରିକ୍ରମା ପ୍ରକଳ୍ପ କୁ କାର୍ଯକାରୀ କରିବା ଉପରେ ଗୁରୁତ୍ଵ ଦିଆଯାଇଥିବା ଦେଖିବାକୁ ମିଳିଛି ।ପରିକ୍ରମା ପ୍ରକଳ୍ପକୁ କାର୍ଯକାରୀ କରିବା ପାଇଁ ଏଠାରେ ଥିବା ଘରୋଇ ହାଟକୁ ସ୍ଥାନାନ୍ତର କରିଥିଲା ଜିଲ୍ଲା ପ୍ରଶାସନ। ଏଥିପାଇଁ ଆବଶ୍ୟକ ହେଲେ ଅଧିକ ଜମି ଅଧିଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଛି। ଯେଉଁ ବିରଜା ପରିକ୍ରମା ପ୍ରକଳ୍ପ ଓ ହାଟ ଖୋଲିବା ପ୍ରସଙ୍ଗକୁ ନେଇ ଏତେ ନାଟ ଦେଖାଦେଇଛି ସେହି ନାଟକୁ ଶେଷ କରିବା ପାଇଁ ଜିଲା ପ୍ରଶାସନ ବାଟ ବାହାର କରିବା ପାଇଁ ଦାବି ଜୋର୍ ଧରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.4 ° C
    30.4 °
    30.4 °
    29 %
    1.2kmh
    100 %
    Thu
    29 °
    Fri
    34 °
    Sat
    33 °
    Sun
    35 °
    Mon
    36 °

    ସମ୍ବନ୍ଧିତ