Monday, September 7, 2026
29.7 C
Odisha

    Samsung Galaxy ର S23 FE , Amazon-Flipkart ରେ ମିଳୁଛି ଡିସକାଉଣ୍ଟ

    ଆଗକୁ ପଢନ୍ତୁ

    Samsung Galaxy S23 FE ର ପ୍ରାଇସ ପୁଣି ଥରେ ହ୍ରାସ ପାଇଛି। Samsung ର ଏହି ପାୱାରଫୁଲ ସ୍ମାର୍ଟଫୋନ୍ ଏହାର ଲଞ୍ଚ ପ୍ରାଇସର ଅଧା ମୂଲ୍ୟରେ ଉପଲବ୍ଧ ହେବ। ଅକ୍ଟୋବରରେ Samsung Galaxy S24 FE ଲଞ୍ଚ ହେବା ପରଠାରୁ ଏହାର ମିଡ୍ ବଜେଟ୍ ଫୋନର ପ୍ରାଇସରେ ଲଗାତାର ହ୍ରାସ ପାଉଛି। ଇ-କର୍ମସ ୱେବସାଇଟ୍ Amazon ଏବଂ Flipkart ରେ ଏହି ଫୋନର ପ୍ରାଇସଠାରୁ ୫୦% କମରେ ଲିଷ୍ଟ କରାଯାଇଛି । ଏହା ବ୍ୟତୀତ ଫୋନକୁ କିଣିବା ଉପରେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ଏକ୍ସଚେଞ୍ଜ ଅଫର ଦିଆଯାଉଛି ।

    ଏହି Samsung ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଦୁଇଟି ଷ୍ଟୋରେଜ୍ ଭ୍ୟାରିଆଣ୍ଟ ରହିଛି ସେଗୁଡିକ ହେଲା- ୮GB RAM + ୧୨୮ GB ଏବଂ ୮GB RAM + ୨୫୬ GB। ଗତ ବର୍ଷ ଅକ୍ଟୋବରରେ ଏହା ଭାରତୀୟ ବଜାରରେ ଲଞ୍ଚ କରାଯାଇଥିଲା। ଏହି ଫୋନର ଲଞ୍ଚ ପ୍ରାଇସ୍ ୫୪,୯୯୯ ଟଙ୍କାରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଆପଣ ଏହି ଫୋନକୁ ପ୍ରାରମ୍ଭିକ ମୂଲ୍ୟରେ ୩୩,୭୨୦ ଟଙ୍କାରେ ଆଣିପାରିବେ।ଏହା ବ୍ୟତୀତ ଫୋନ୍ କିଣିବା ଉପରେ ୨,୦୦୦ ଟଙ୍କା ମୂଲ୍ୟରେ ଇନଟ୍ରେଷ୍ଟ ବ୍ୟାଙ୍କ୍ ଡିସକାଉଣ୍ଟ ମଧ୍ୟ ଅଫର ଦିଆଯାଉଛି। ଏହି ଫୋନ Amazon ରେ ୩୩,୭୨୦ ଟଙ୍କାରେ ଲିଷ୍ଟ ହୋଇଛି। ଏହା ବ୍ୟତୀତ ୨,୦୦୦ର ବ୍ୟାଙ୍କ୍ ଡିସକାଉଣ୍ଟ ଏବଂ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍ ମିଳିବ। ସେହିଭଳି ଏହି ଫୋନ Flipkart ରେ ୩୪,୯୯୯ ଟଙ୍କା ମୂଲ୍ୟରେ ଲିଷ୍ଟ ହୋଇଛି । ଏଠାରେ ଫୋନକୁ କିଣିବା ଉପରେ Flipkart-Axis Bank କାର୍ଡରେ ୫% ର କ୍ୟାସବ୍ୟାକ୍ ମିଳିବ ।

    Samsung Galaxy S23 FE ର ଫିଚର୍ସ :

    • Samsung ର ଏହି ଫୋନରେ ୬.୪ ଇଞ୍ଚର FHD+ ଡିସପ୍ଲେ ରହିଛି। ଏହି ଫୋନର ଡିସପ୍ଲେ ୧୨୦ Hz ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିଥାଏ।

    • ଏଥିରେ Super AMOLED ପ୍ୟାନେଲା ଦିଆଯାଇଛି, ଯାହା ସହିତ କର୍ନିଙ୍ଗ ଗୋରିଲା ଗ୍ଲାସର ପ୍ରୋଟେକ୍ସନ ମିଳିବ।

    • ଫୋନ ୱାଟର ଏବଂ ଡଷ୍ଟ ପ୍ରୁଫ୍ ଅଛି। ଏହାସହିତ ଏଥିରେ ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସରର ମଧ୍ୟ ସପୋର୍ଟ ମିଳିଥାଏ।

    • ଏହି ସ୍ମାର୍ଟଫୋନରେ ଇନ୍-ହାଉସ୍ Exynos 2200 ପ୍ରୋସେସର ଦିଆଯାଇଛି। ଫୋନ Galaxy AI ଫିଚର ସହିତ ଲ୍ୟାସ୍ ହୋଇଛି ଏବଂ Android 14 ଅପରେଟିଂ ସିଷ୍ଟମ୍ରେ କାମ କରେ।

    • ଏହି ସ୍ମାର୍ଟଫୋନରେ ୪,୫୦୦mAh ର ବ୍ୟାଟେରୀ ରହିଛି। ଏହା ସହିତ ୨୫W USB Type C ୱାୟାଡ୍ ଫାଷ୍ଟ ଚାର୍ଜିଂ ଏବଂ ୱାୟାରଲେସ୍ ଚାର୍ଜିଂର ସପୋର୍ଟ ଦିଆଯାଇଛି।

    • Samsung Galaxy S23 FE ବ୍ୟାକରେ ଟ୍ରିପଲ କ୍ୟାମେରା ସେଟଅପ୍ ମିଳିବ। ଏଥିରେ ୫୦ MP ର ମେନ୍ ଏବଂ ୧୨MP ର ଅଲ୍ଟ୍ରା ୱାଇଡ୍ କ୍ୟାମେରା ଦିଆଯାଇଛି।

    • ଏହା ସହିତ ଫୋନରେ ଏକ ଟେଲିଫଟୋ କ୍ୟାମେରା ମଧ୍ୟ ମିଳିବ। ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୦MP ର କ୍ୟାମେରା ଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.7 ° C
    29.7 °
    29.7 °
    74 %
    3kmh
    59 %
    Mon
    29 °
    Tue
    31 °
    Wed
    31 °
    Thu
    30 °
    Fri
    30 °

    ସମ୍ବନ୍ଧିତ