Thursday, April 2, 2026
38.5 C
Odisha

    ବିଶ୍ଵର ଶ୍ରେଷ୍ଠ ଡାକ୍ତରଖାନା ତାଲିକା: ୯୭ତମ ସ୍ଥାନରେ ଦିଲ୍ଲୀ ଏମ୍‌ସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆମେରିକାର ସାପ୍ତାହିକ ପତ୍ରିକା ନ୍ୟୁଜ୍‌ୱିକ୍‌ ଏବଂ ଷ୍ଟାଟିଷ୍ଟା ପକ୍ଷରୁ ବିଶ୍ବର ୧୦୦ ଶ୍ରେଷ୍ଠ ଡାକ୍ତରଖାନାର ତାଲିକା ଜାରି କରାଯାଇଛି। ଏଥିରେ ଦିଲ୍ଲୀସ୍ଥିତ ଏମ୍‌ସ ୯୭ତମ ସ୍ଥାନରେ ଥିବାବେଳେ ଭାରତର ଅନ୍ୟ ଦୁଇଟି ଡାକ୍ତରଖାନା ମେଦାନ୍ତ (ଗୁରୁଗ୍ରାମ) ଓ ପିଜିଆଇଏମଇଆର (ଚଣ୍ଡିଗଡ) ଯଥାକ୍ରମେ ୧୪୬ ଏବଂ ୨୨୮ତମ ସ୍ଥାନ ଅଧିକାର କରିଥିବା ଜଣାପଡିଛି। ଉନ୍ନତ ମାନର ସ୍ବାସ୍ଥ୍ୟସେବା, ଅତ୍ୟାଧୁନିକ ଡାକ୍ତରୀ ଚିକିତ୍ସା ଓ ଗବେଷଣା, ରୋଗୀସେବାର ସଫଳତା, ସ୍ବାସ୍ଥ୍ୟପଯୋଗୀ ବାତାବରଣ ଏବଂ ଅଭିଜ୍ଞ ଡାକ୍ତରୀ ଦଳ ଭଳି ପ୍ରସଙ୍ଗକୁ ଆଧାର କରି ଦିଲ୍ଲୀ ଏମ୍‌ସ ଦେଶର ସର୍ବଶ୍ରେଷ୍ଠ ଡାକ୍ତରଖାନାଭାବେ ମାନ୍ୟତାଲାଭ କରିଥିବା କୁହାଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତର ଏହି ତିନିଟି ଡାକ୍ତରଖାନା ବିଶେଷ ସଫଳତା ଅର୍ଜନ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ଆମେରିକାର ରୋଚେଷ୍ଟରସ୍ଥିତ ମାୟୋ କ୍ଲିନିକ୍‌ ବିଶ୍ବର ସବଠାରୁ ଶ୍ରେଷ୍ଠ ଡାକ୍ତରଖାନା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୩୦ଟି ରାଷ୍ଟ୍ରର ୨୪୦୦ ଡାକ୍ତରଖାନାରେ ଚାଲିଥିବା ସ୍ବାସ୍ଥ୍ୟସେବାକୁ ଆଧାର କରି ଉକ୍ତ ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ