Saturday, February 7, 2026
20.5 C
Odisha

    ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

    ଆଗକୁ ପଢନ୍ତୁ

    ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ରେଖାଲଗୁଡା ଗ୍ରାମର ଇଲିଗା ହୁଈକାଙ୍କ ପୁଅ ବଳରାମ ହୁଈକା (୨୪)ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

    ସୂଚନା ଅନୁଯାୟୀ ଗତକାଲି ପୁଅ ବଳରାମ କେଉଁଆଡ଼େ ଯାଇ ସନ୍ଧ୍ୟାରେ ପାଞ୍ଚ ଘଣ୍ଟା ସମୟରେ ଘରକୁ ଫେରିଥିଲେ । ସେ ମଦ ସହ ବିଷ ଖାଇଛି ବୋଲି କହିଥିଲେ । ଏହାର କିଛି ସମୟ ପରେ ଯୁବକ ଜଣକ ଛଟପଟ ହେବାରୁ ପରିବାର ଲୋକେ ଦେଖି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ଚିକିତ୍ସା କରିବା ବେଳେ ତାର ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ । ଆଜି ଘଟଣାସ୍ଥଳରେ ପୁଲିସ ଏଏସଆଇ ପୁରୁଷୋତ୍ତମ ଜାନି ପହଞ୍ଚି କେସ ନମ୍ବର ୨/୧୧.୨.୨୫ରେ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.5 ° C
    20.5 °
    20.5 °
    20 %
    1.9kmh
    0 %
    Sat
    22 °
    Sun
    31 °
    Mon
    31 °
    Tue
    32 °
    Wed
    34 °

    ସମ୍ବନ୍ଧିତ