Tuesday, June 3, 2025
28.1 C
Odisha

ବିହାରରେ ରେଲୱେ ଟ୍ରାକରୁ ଖସି ବିଲରେ ଚାଲିବାକୁ ଲାଗିଲା ଇଞ୍ଜିନ୍,

ଆଗକୁ ପଢନ୍ତୁ

ବିହାର: ଶନିବାର ଦିନ ଗୟାଠାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ଗାୟା କିୟୁଲ୍ ରେଳଖଣ୍ଡରେ ଶୁକ୍ରବାର ଦିନ ୱାଜିରଗଞ୍ଜ ଷ୍ଟେସନ ଏବଂ କୋଲହାନା ହଲ୍ଟ ମଧ୍ୟରେ ରଘୁନାଥପୁର ଗ୍ରାମ ନିକଟରେ ଚାଲିଥିବା ଏକ ରେଳ ଇଞ୍ଜିନ୍ ନିୟନ୍ତ୍ରଣ ହରାଇ ବିଲରେ ପଶିଯାଇଥିଲା ।

ରେଳ ଇଞ୍ଜିନ୍ ଟ୍ରାକରେ ଚାଲୁଥିଲା ହଠାତ୍ ଏହା ନିୟନ୍ତ୍ରଣ ବାହାରକୁ ଚାଲିଗଲା ଏବଂ ଲୁପ୍ ଲାଇନଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ିବା ହେତୁ ଏହା ରେଳ ଟ୍ରାକ୍ ଆଗକୁ ଯାଇ ବିଲରେ ପହଞ୍ଚିଥିଲା ।

ରେଳ ଇଞ୍ଜିନରେ ନଥିଲା ବଗି। ଏହି ସମୟରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ କହିଥିଲେ ଯେ, ଲୋକୋ ପାଇଲଟ୍ ଲୁପ୍ ଲାଇନରୁ ଗୟା ଜଙ୍କସନ ଆଡକୁ ଯାଉଥିବାବେଳେ ହଠାତ୍ ଇଞ୍ଜିନ ନିୟନ୍ତ୍ରଣ ବାହାରକୁ ଚାଲିଗଲା । ଗାଁ ନିକଟ ରାସ୍ତାରେ ଠିଆ ହୋଇଥିବା ଲୋକମାନେ ମୋବାଇଲ୍ ଫୋନରେ ଏହାର ଏକ ଭିଡିଓ କରିଥିଲେ । ଟ୍ରେନଟି ଟ୍ରାକରୁ ଓହ୍ଲାଇ ପଡ଼ିଆକୁ ଯିବା ପରେ ଗ୍ରାମବାସୀଙ୍କ ଭିଡ ଜମିଥିଲା । ଇଞ୍ଜିନ ହଠାତ୍ ଟ୍ରାକରୁ ଖସିବା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ଶନିବାର ଦିନ ଏହି ଭିଡିଓ ସୋସିଆଲ ମିଡିଆରେ ଶୀଘ୍ର ଭାଇରାଲ ହେବା ଆରମ୍ଭ କଲା । ସୌଭାଗ୍ୟର ବିଷୟ ହେଲା ରେଳ ଇଞ୍ଜିନରେ କୌଣସି ବଗି ନଥିଲା । ଏହି ଘଟଣାରେ ଲୋକୋ ପାଇଲଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
28.1 ° C
28.1 °
28.1 °
58 %
2kmh
97 %
Tue
36 °
Wed
38 °
Thu
39 °
Fri
39 °
Sat
40 °

ସମ୍ବନ୍ଧିତ