Friday, August 22, 2025
23.1 C
Odisha

    ବୁଲା କୁକୁରଙ୍କୁ ନେଇ ସୁପ୍ରିମ ରାୟ, ବନ୍ଧ୍ୟାକରଣ କରି ଛାଡିଦିଆଯିବ, ସର୍ବସାଧାରଣ ସ୍ଥାନରେ କୁକୁରକୁ ଖାଦ୍ୟ ଦେବା ଉପରେ ଲାଗିଲା ରୋକ୍

    ଆଗକୁ ପଢନ୍ତୁ

    କୁକୁର ପ୍ରେମୀଙ୍କ ପାଇଁ ଖୁସି ଖବର । ଶୁକ୍ରବାର ସୁପ୍ରିମକୋର୍ଟ ବୁଲା କୁକୁରମ‌ାନଙ୍କୁ ନେଇ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଆଶ୍ରୟ ଗୃହକୁ ପଠା ଯାଇଥିବା କୁକରମାନଙ୍କୁ ଛାଡ଼ି ଦିଆଯିବ । ବନ୍ଧ୍ୟାକରଣ ଓ ଟୀକାକରଣ ପରେ କୁକୁରମାନଙ୍କୁ ମୁକ୍ତ କରାଯିବ । ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ଲାଗିଲା ରୋକ୍ । ନିର୍ଦ୍ଦିଷ୍ଟ ସ୍ଥାନରେ ବୁଲା କୁକୁରଙ୍କୁ ଖାଇବାକୁ ଦେବାକୁ ନିର୍ଦ୍ଦେଶ । ହିଂସାତ୍ମକ କୁକୁରଙ୍କୁ ନିର୍ଦ୍ଦିଷ୍ଟ ସେଲଟରରେ ରଖିବାକୁ ନିର୍ଦ୍ଦେଶ । ବନ୍ଧ୍ୟାକରଣ ପରେ ବୁଲାକୁକୁରକୁ ଛାଡିଦିଆଯିବାକୁ ନିର୍ଦ୍ଦେଶ ।

    ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ପରିବର୍ତ୍ତନ କହିଛନ୍ତି, ବନ୍ଧ୍ୟାକରଣ ପରେ ସେହି ଅଞ୍ଚଳରେ ଛଡାଯିବ ବୁଲା କୁକୁର । ସାରା ଦେଶରେ ଏହି ନିୟମ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ତାଙ୍କ ନିଷ୍ପତ୍ତିରେ ଅଗଷ୍ଟ ୧୧ ତାରିଖର ଆଦେଶକୁ ସଂଶୋଧନ କରି କହିଛନ୍ତି, ଯେଉଁଥିରେ ବୁଲା କୁକୁରମାନଙ୍କୁ ଧରି ସେଲଟର ହୋମରେ ରଖିବାକୁ କୁହାଯାଇଥିଲା ।

    କୋର୍ଟ ଆଜି ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, କେବଳ ଅସୁସ୍ଥ ଓ ଆକ୍ରମଣାତ୍ମକ କୁକୁରମାନଙ୍କୁ ସେଲଟର ହୋମରେ ରଖାଯିବ । ବୁଲା କୁକୁରମାନଙ୍କୁ ସେଲଟର ହୋମରେ ରଖାଯିବ ନାହିଁ । ଆଶ୍ରୟସ୍ଥଳୀକୁ ପଠାଯାଇଥିବା କୁକୁରମାନଙ୍କୁ ମଧ୍ୟ ତୁରନ୍ତ ମୁକ୍ତ କରାଯିବ । ଆଶ୍ରୟସ୍ଥଳୀକୁ ପଠାଯାଇଥିବା କୁକୁରମାନଙ୍କୁ ମୁକ୍ତ କରାଯିବ। କେବଳ ଅସୁସ୍ଥ ଏବଂ ଆକ୍ରମଣାତ୍ମକ କୁକୁରମାନଙ୍କୁ ସେଲଟର ହୋମରେ ରଖାଯିବ। ଜଷ୍ଟିସ୍ ବିକ୍ରମ ନାଥଙ୍କ ନେତୃତ୍ୱରେ ତିନି ଜଣ ବିଚାରପତିଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.1 ° C
    23.1 °
    23.1 °
    95 %
    1.7kmh
    100 %
    Fri
    24 °
    Sat
    24 °
    Sun
    28 °
    Mon
    26 °
    Tue
    29 °

    ସମ୍ବନ୍ଧିତ