ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଶୁଆଶୁନିରେ ଥିବା ବେଆଇନ ଏଲପିଜି ଗ୍ୟାସ ଟାଙ୍କି କାରଖାନା ଉପରେ ଯୋଗାଣ ବିଭାଗର ରେଡ୍ । ରେଡ୍ ବେଳେ କାରଖାନାରୁ ୫୦୦ରୁ ଅଧିକ ଚୋରା ଗ୍ୟାସ୍ ଟାଙ୍କି ଜବତ ହୋଇଛି । ଗୋଦାମରୁ ଏକ ଗ୍ୟାସ କନଭର୍ଟର ମେସିନ ମଧ୍ୟ ଜବତ ହୋଇଛି । କାରାଖାନାରେ ଘରୋଇ ଗ୍ୟାସକୁ କମର୍ସିଆଲ ଗ୍ଯାସରେ କନଭର୍ଟ କରି ପଶ୍ଚିମବଙ୍ଗକୁ ଚୋରାଚାଲାଣ କରାଯାଉଥିବା ସୂଚନା ମିଳିଛି । ଖବର ପାଇ ଜିଲ୍ଲା ଯୋଗାଣ ଅଧିକାରୀ ଅଚାନକ ଚଢାଉ କରିଥିବା ବେଳେ, କାରଖାନା ମାଲିକ ଦୀପ ଦାସ ଭିତର ପଟୁ ତାଲା ମାରି ଫେରାର ହୋଇଯାଇଛି । ଘରର ପଛପଟୁ କନଭର୍ଟର ମେସିନ ଓ ଟାଙ୍କି ସବୁ ଜବତ କରିଛି ଯୋଗାଣ ବିଭାଗ ।

