Thursday, February 5, 2026
26.6 C
Odisha

    ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍‌ଙ୍କ ପାଇଁ ବଢିଲା ଅଡୁଆ, ଏସପିଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍‌ଙ୍କ ପାଇଁ ବଢିଲା ଅଡୁଆ । ନିର୍ବାଚନୀ ମାମଲାରେ ବ୍ରହ୍ମପୁର ଏସପିଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ । ବ୍ରହ୍ମପୁର ବିଜେପି ବିଧାୟକ କେ.ଅନିଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାରେ ଏସପିଙ୍କୁ ନୋଟିସ କରାଯାଇଛି । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମକୁ ଏସପି ଦେଇଥିବା ବୟାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଦାଲତ । ନିର୍ବାଚନ ମାମଲା ବିଚାରଧୀନ ଥିବା ବେଳେ ଏସପିଙ୍କ ବୟାନକୁ କୋର୍ଟ କଡା ନିନ୍ଦା କରିଛନ୍ତି । ଏସପିଙ୍କ ବୟାନ କାହିଁକି ଅଦାଲତ ଅବମାନନା ଭାବେ ଗ୍ରହଣ କରାଯିବ ନାହିଁ ତାହାର ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ । ଆସନ୍ତା ୭ତାରିଖ ସୁଦ୍ଧା ଲିଖିତ ଜବାବ ଦେବାକୁ ନିର୍ଦେଶ ଦିଆଯାଇଛି । ବିଚାରପତି ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପୀଠ ଏ ମାମଲାର ଶୁଣାଣି କରି ଏହି ନିର୍ଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.6 ° C
    26.6 °
    26.6 °
    31 %
    1.2kmh
    0 %
    Thu
    31 °
    Fri
    31 °
    Sat
    31 °
    Sun
    32 °
    Mon
    32 °

    ସମ୍ବନ୍ଧିତ