Saturday, April 11, 2026
37.5 C
Odisha

    ବ୍ରହ୍ମ ମୁହୂର୍ତ୍ତର ଗୁରୁତ୍ୱ ଜାଣନ୍ତୁ

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ବ୍ରହ୍ମମୁହୂର୍ତ୍ତ ହେଉଛି ଈଶ୍ୱରଙ୍କ ମୁହୂର୍ତ୍ତ , ଯେଉଁ ମୁହୂର୍ତ୍ତ ସବୁଠୁ ଶାଶ୍ୱତ, ପବିତ୍ର ଏବଂ ଶୁଦ୍ଧ l ବ୍ରହ୍ମମୁହୂର୍ତ୍ତକୁ ଅକ୍ଷୟ ମୁହୂର୍ତ୍ତ ଯାଏ l ହିନ୍ଦୁ ଧର୍ମର ଶାସ୍ତ୍ରରେ ବ୍ରହ୍ମ ମୁହୂର୍ତ୍ତରୁ ଉଠି ନିଜର ଇଷ୍ଟ ଦେବା ଦେବୀଙ୍କୁ ପ୍ରାର୍ଥନା କରିବା ଦ୍ୱାରା ଜୀବନରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ l

    ବ୍ରହ୍ମମୁହୂର୍ତ୍ତ ଗୋଟିଏ ଏଭଳି ମୁହୂର୍ତ୍ତ  ଅଟେ, ଯେଉଁ ସମୟରେ ଦେବତା ମାନଙ୍କର ଆତଯାତର ସମୟ ହୋଇଥାଏ ଏବଂ ଏହି ସମୟରେ ଈଶ୍ୱରଙ୍କ କୃପାରୁ ସମସ୍ତ ଇଚ୍ଛା ମଧ୍ୟ ପୁଣ୍ଣ ହୋଇଥାଏ l ତେଣୁ ଏହି ସମୟରେ ନିଜ ଇଷ୍ଟଙ୍କୁ ପ୍ରାର୍ଥନା କରି ନିଜ ମନର ଇଛା ଜଣାଇବା ଜରୁରୀ l

    ବ୍ରହ୍ମମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରି ସୂର୍ଯ୍ୟ ଦେବଙ୍କ ଦର୍ଶନ କରି ସୂର୍ଯ୍ୟାୟ ନମଃ ମନ୍ତ୍ରଟି ଉଚ୍ଚାରଣ କରିବା ଦ୍ୱାରା ଜୀବନ ଉଜ୍ଜଳ କିରଣ ଭଳି ବିକଶିତ ହୋଇଥାଏ l

    ହିନ୍ଦୁ ଧର୍ମରେ ବ୍ରହ୍ମମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରିବା ପରେ ମାତା ଲକ୍ଷ୍ମୀଙ୍କୁ ପ୍ରଣାମ ଜଣାଇ ‘କରାଗ୍ରେ ର୍ବସତେ ଲକ୍ଷ୍ମୀହଃ , କର ମଧ୍ୟେ ସରସ୍ଵତୀ , କରମୁଳେ ତୁ ଗୋବିନ୍ଦ , ପ୍ରଭାତେ କର ଦର୍ଶନମ l ନିଜର ହାତ କୁ ଯୋଡି ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ l

    ନିୟମିତ ସ୍ନାନ ସାରି ନିଜ ଇଷ୍ଟଙ୍କ ସମୁଖରେ ହାତ ଯୋଡି ଓଂ ଭୁର୍ଭବସ୍ଵହ ତତ୍ସବିତୁବରେନ୍ୟଙ୍ଗ ଭର୍ଗ ଦେବୋସ୍ୟ ଧିମହି ଧିୟୋ ୟୋ ନଃ ପ୍ରଚୋଦୟlତ୍ , ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ବୁଦ୍ଧି ଓ ଜ୍ଞାନର ବିକାଶ ହୋଇଥାଏ  l

    ପ୍ରତିଦିନ ବ୍ରହ୍ମମୁହୂର୍ତ୍ତରେ ଓଂ ଜଂ ସ ମାମ ପାଳୟ ଶଃ ଜୁଙ୍ଗ ଓଂ ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ଜୀବନରେ ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ପ୍ରତିଦିନ ଓଁ ମହାଲକ୍ଷ୍ମୀ ନମଃ ମନ୍ତ୍ରଟିକୁ  ପାଠ କରିବା ଦ୍ୱାରା ଜୀବନରେ ପ୍ରକାଶ୍ୟ  ଆସିଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ