Monday, March 16, 2026
21.4 C
Odisha

    ବ୍ରିଜ ଉପରୁ ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ମହିଳା

    ଆଗକୁ ପଢନ୍ତୁ

    କୋରାପୁଟ ଜିଲା ଦୁରୁଗୁଡ଼ା ନିକଟରେ ଗୁରୁବାର ବ୍ରିଜ ଉପରୁ ଜଣେ ମହିଳା କୋଲାବ ଜଳଭଣ୍ଡାରକୁ ଡେଇଁ ପଡ଼ିଛନ୍ତି। ସୂଚନା ମୁତାବକ, ମହିଳା ଜଣକ ବସ୍‌ରୁ ଓହ୍ଲାଇ ଭଳଭଣ୍ଡାର ନିକଟକୁ ଚାଲିଚାଲି ଯାଇଥିଲେ। ହେଲେ କୌଣସି କାରଣକୁ ନେଇ ମହିଳା ଜଣକ ହଠାତ୍‌ ବ୍ରିଜ ଉପରୁ ଜଳଭଣ୍ଡାରକୁ ଡେଇଁ ପଡ଼ିଥିଲେ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ମହିଳାଙ୍କୁ ଉଦ୍ଧାର କରିଥିଲେ। ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.4 ° C
    21.4 °
    21.4 °
    60 %
    2.5kmh
    66 %
    Mon
    24 °
    Tue
    37 °
    Wed
    37 °
    Thu
    36 °
    Fri
    36 °

    ସମ୍ବନ୍ଧିତ