Wednesday, March 5, 2025
29.1 C
Odisha

    ବ୍ରୋକୋଲି ଖାଇବର ଉପକାରିତା

    ଆଗକୁ ପଢନ୍ତୁ

    ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ତେଣୁ ଏକ୍ସପର୍ଟମାନେ ପ୍ରାୟତଃ ବ୍ରୋକୋଲି ଖାଇବାକୁ ପରାମର୍ଶ ଦିଅନ୍ତି ଯାହା ଅନେକ ପୋଷକ ତତ୍ତ୍ୱରେ ଭରପୂର । ଏଥିରେ ଭିଟାମିନ୍ ସି, କେ ଏବଂ ଏ, ମିନେରାଲ୍ସ କ୍ୟାଲସିୟମ୍ ଏବଂ ପୋଟାସିୟମ୍, ଆଇରନ, ଫାଇବର ଏବଂ ସଲଫୋରାଫେନ୍ ଭଳି ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି । ଏହାର ଅଧିକ ପୁଷ୍ଟିକରତା ଏବଂ କମ କ୍ୟାଲୋରୀ ହେତୁ ବ୍ରୋକୋଲିକୁ ବହୁତ ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ । ତେବେ ଆସନ୍ତୁ ଜାଣିବା ବ୍ରୋକୋଲି ଖାଇବାର ଲାଭ ବିଷୟରେ…

    ବ୍ରୋକୋଲି ଖାଇବା ଦ୍ଵାରା ମିଳିଥାଏ ଏହିସବୁ ଲାଭ:

    ହୃଦୟ ସ୍ୱାସ୍ଥ୍ୟ: ବ୍ରୋକୋଲିରେ ଫାଇବର, ପୋଟାସିୟମ ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ଥାଏ, ଯାହା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଫାଇବର କୋଲେଷ୍ଟ୍ରଲ୍ ଲେବଲ କମ କରିବାରେ ସାହାଯ୍ୟ କରେ ଏବଂ ପୋଟାସିୟମ୍ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରେ ।

    ବଡି ଡିଟକ୍ସ କରିଥାଏ: ବ୍ରୋକୋଲିରେ ଗ୍ଲୁକୋସିନୋଲେଟ୍ସ ଅଧିକ ପରିମାଣରେ ଥାଏ, ଯାହା ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରେ । ଏହି ଯୌଗିକଗୁଡ଼ିକ ଲିଭରରେ ଡିଟକ୍ସିଫାଇଂ ଏଞ୍ଜାଇମଗୁଡ଼ିକୁ ଆକ୍ଟିଭ କରନ୍ତି, ଯାହା ଶରୀରର ବିଷାକ୍ତ ପଦାର୍ଥ ଏବଂ କ୍ଷତିକାରକ ପଦାର୍ଥକୁ ଦୂର କରିବାରେ ସାହାଯ୍ୟ କରେ ।

    ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ: ବ୍ରୋକୋଲିରେ ଥିବା ଭିଟାମିନ୍ C ଧଳା ରକ୍ତ କୋଷ ଉତ୍ପାଦନକୁ ବୃଦ୍ଧି କରେ ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ । ଏହି କୋଷଗୁଡ଼ିକ ସଂକ୍ରମଣ ଏବଂ ରୋଗ ସହିତ ଲଢ଼ିବା ପାଇଁ ଆବଶ୍ୟକ ।

    ହାଡ଼ ପାଇଁ ଭଲ: ବ୍ରୋକୋଲି କ୍ୟାଲସିୟମ, ଭିଟାମିନ K ଏବଂ ମ୍ୟାଗ୍ନେସିୟମର ଏକ ଉତ୍କୃଷ୍ଟ ଉତ୍ସ, ଯାହା ହାଡ଼କୁ ମଜବୁତ ରଖିବା ପାଇଁ ଜରୁରୀ ହୋଇଥାଏ ।

    ପାଚନରେ ସାହାଯ୍ୟ କରେ: ବ୍ରୋକୋଲି ଫାଇବରରେ ଭରପୁର, ଯାହା ହଜମ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରେ । ଏହା ପାଚନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

    ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ: କମ୍ କ୍ୟାଲୋରୀ କିନ୍ତୁ ଅଧିକ ଫାଇବର ଥିବା ବ୍ରୋକୋଲି ଆପଣଙ୍କୁ ଅଧିକ ସମୟ ପାଇଁ ଫୁଲ୍ ରଖିଥାଏ, ଯାହା ଅତ୍ୟଧିକ ଖାଇବାର ସମ୍ଭାବନା ହ୍ରାସ କରେ । ଏଥିରେ ଜଳର ପରିମାଣ ଅଧିକ ଥିବାରୁ ଏହା ଶୀଘ୍ର ପେଟ ଭରି ଦେଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.1 ° C
    29.1 °
    29.1 °
    22 %
    3.8kmh
    47 %
    Wed
    34 °
    Thu
    34 °
    Fri
    36 °
    Sat
    38 °
    Sun
    39 °

    ସମ୍ବନ୍ଧିତ