Tuesday, March 17, 2026
23.4 C
Odisha

    ବ୍ୟ ଧାରଣାରୁ ନହଟିଲେ ପୁରା ପରିବାର ସଫା ପାଇଁ ଧମକ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ପୋଲସରା ଥାନା ଅନ୍ତର୍ଗତ ଧୂଙ୍କାପଡା ପୂର୍ବତନ ସରପଞ୍ଚ ଆରତୀ ଦେବୀ ଙ୍କ ପରିବାର କୁ ଜୀବନରେ ମାରିବାକୁ ଧମକ | ଧମକ ଦେଇଥିବା ଯୁବକ ଜଣକ ହେଲେ କଣଛାଇ ଗ୍ରାମର ସମରକେଶରୀ ଜଗଦେବ ଜେନା ଓରଫ (ଅଳିଆ ) | ମିଳିଥିବା ସୂଚନା ଅନୁଯାଇ ଆଜି ସନ୍ଧ୍ୟା ପ୍ରାୟ 6 ଟା ସମୟରେ ଆରତୀ ଦେବିଙ୍କ ମା ରମା ଭୂୟାଁ (65) ଘରେ ଥିବା ବେଳେ କଣଛାଇ ଗ୍ରାମର ସମରକେଶରୀ ଜୋର ଜବରଦସ୍ତ ଘର ଭିତରେ ପଶି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଯଦି ଝିଅ ଆରତୀ ରାଜଭବନ ନିକଟରେ ଦେଇଥିବା ଧାରଣା ରୁ ନ ହଟେ ଓ ଆମ ବ୍ୟବସାୟ ରେ ଯଦି ମୁଣ୍ଡ ପୁରାଇ ଏପଟ ସେପଟ କରେ ତାହାଲେ ସେ ଜୀବନରେ ମତେ ଓ ମୋ ପରିବାରକୁ ଓ ଝିଅ ଆରତୀ କୁ ସମ୍ପୂର୍ଣ ରୂପେ ମାରିଦେବା ଧମକ ଦେଇଛି କେବଳ ଏତିକି ନାହିଁ ବ୍ୟବସାୟ ପାଇଁ 50 ଲକ୍ଷ ଖର୍ଚ୍ଚ କରିଛୁ ତେଣୁ କେହି ମୁଣ୍ଡ ନ ପୁରାଇବା ପାଇଁ ଧମକ ଦେଇ କହିଛି | ଏନେଇ ଆରତୀଙ୍କ ମା ରମା ଭୂୟାଁ ପୋଲସରା ଥାନା ରେ ଲିଖିତ ଅଭିଯୋଗ କରିଥିବା ଓ ପୋଲିସ କୁ ସୁରକ୍ଷା ଲୋଡିଛନ୍ତି | ଏନେଇ ପୋଲସରା ଥାନା ଅଧିକାରୀ କୌଶିକ ମାଝୀ ଏତଲା ଗ୍ରହଣ କରି ଧମକ ଦେଇଥିବା ଯୁବକଙ୍କୁ ଥାନା ରେ ଅଟକ ରଖିଥିବା କହିଛନ୍ତି | ପ୍ରକାଶ ଯେ ଧୂଙ୍କାପଡା ର ପୂର୍ବତନ ସରପଞ୍ଚ ଆରତୀ ଦେବୀ ଧୂଙ୍କାପଡା ନିକଟରେ ଥିବା ଦହିମୁଣ୍ଡିଆ ପାହାଡରେ ବେଆଇନ ପଥର ବ୍ଲାଷ୍ଟିଙ୍ଗ, ବେଆଇନ ପଥର ଖନନ, କୃଷ୍ଣ ସାର ମୃଗର ଅବାଧ ଶିକାର ଓ ଗ୍ରାମ କୁ ଘେରି ରହିଥିବା ପରିବେଶ ଓ ପଶୁପକ୍ଷୀଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି ଅଗଷ୍ଟ ମାସ 10 ତାରିଖ ରୁ ଅନିର୍ଦ୍ଧିଷ୍ଟ କଳା ପର୍ଯ୍ୟନ୍ତ ଧାରଣାରେ ବସଛନ୍ତି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.4 ° C
    23.4 °
    23.4 °
    43 %
    1.4kmh
    100 %
    Tue
    36 °
    Wed
    37 °
    Thu
    36 °
    Fri
    34 °
    Sat
    34 °

    ସମ୍ବନ୍ଧିତ