Thursday, October 8, 2026
21.5 C
Odisha

    ଫ୍ଲାଇଟରେ ଏୟାରହଷ୍ଟେସମାନେ କାହିଁକି ପିଅନ୍ତି ନାହିଁ ଚା କିମ୍ବା କଫି, ଜାଣନ୍ତୁ ଏହା ପଛର ରହସ୍ୟ

    ଆଗକୁ ପଢନ୍ତୁ

    ବିମାନ ଯାତ୍ରୀଙ୍କ ପାଇଁ ଖାସ୍ ଖବର । ଯେଉଁମାନେ ବିମାନରେ ଯାତ୍ରା କରୁଛନ୍ତି ଖାସ୍ କରି ସେହି ବ୍ୟକ୍ତିଙ୍କ ପାଇଁ ଏହି ଖବର ବିଶେଷ ଉପଯୋଗୀ । ମନେ ପକାନ୍ତୁ ସେହି ମୁହୂର୍ତ୍ତ ଯେତେବେଳେ ଆପଣ ବିମାନରେ ପାତ୍ରା କରନ୍ତି । ଜଣେ ଏୟାରହଷ୍ଟେସ୍ ଆପଣଙ୍କ ସିଟ୍ ପାଖକୁ ଆସନ୍ତି, ତାପରେ ମିଠା ହସ ସହିତ ଆପଣଙ୍କୁ ବହୁତ ଭଦ୍ର ଭାବରେ ପଚାରନ୍ତି, ସାର୍! ଆପଣ କ’ଣ ପିଇବାକୁ ଚାହାଁନ୍ତି, ଚା ନା କଫି? ଆପଣ ମଧ୍ୟ ଆପଣଙ୍କର ପସନ୍ଦକୁ ବହୁତ ଭଦ୍ର ଭାବରେ କୁହନ୍ତି । ତାପରେ, ଆପଣ ଷ୍ଟାଇଲ୍ ସହିତ ଚା କିମ୍ବା କଫି ପିଇବା ଆରମ୍ଭ କରନ୍ତି । କିନ୍ତୁ, ଆପଣ କ’ଣ ଜାଣନ୍ତି ଯେ ଯେଉଁ ଏୟାରହଷ୍ଟେସ୍ ଆପଣଙ୍କୁ ହସି ହସି ଚା କିମ୍ବା କଫି ପରିବେଷଣ କରିଥିଲେ, ସେ ନିଜେ କେବେ ବିମାନରେ ଉପଲବ୍ଧ ଚା-କଫି ପିଇବାକୁ ପସନ୍ଦ କରନ୍ତି ନାହିଁ । ଏହାର କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଆସନ୍ତୁ ଜାଣିବା ଏହାର ରହସ୍ୟ ।

    ବିମାନର ଭିତରର ଗୁପ୍ତ କଥା ବାଣ୍ଟିବା ପାଇଁ ଜଣାଶୁଣା ସିଏରା ଏକ ସାମ୍ପ୍ରତିକ ଭିଡିଓରେ ବ୍ୟାଖ୍ୟା କରିଛନ୍ତି ଯେ ବିମାନରେ ଚା ଏବଂ କଫି ତିଆରି କରିବା ପାଇଁ ବ୍ୟବହୃତ ପାଣି ବର୍ଷ ବର୍ଷ ଧରି ସଫା କରାଯାଇନଥିବା ଟ୍ୟାଙ୍କରୁ ଆସିଥାଏ । ଯେଉଁଥିବେ ଏୟାରହଷ୍ଟେସ୍ ଏହାକୁ ପିଇନଥାନ୍ତି । କାରଣ ସେମାନେ ଜାଣିଛନ୍ତି ଏହାକୁ ପିଇବା ଦ୍ବାରା ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିବ ।

    ଏଥିସହ ଜାଣିରଖନ୍ତୁ ଯେ, ଯେତେବେଳେ ବି ଏୟାର ହୋଷ୍ଟେସଙ୍କୁ ସୁଯୋଗ ମିଳେ, ସେ ଉଡ଼ାଣର ଗୁପ୍ତ କଥା ସହିତ ଜଡିତ ଭିଡିଓ ତିଆରି କରିଥାଆନ୍ତି । ନିକଟରେ, ସେ ବିମାନରେ ଉପଲବ୍ଧ ଚା ଏବଂ କଫି ଉପରେ ଏକ ଭିଡିଓ ତିଆରି କରିଛନ୍ତି । ଏହି ଭିଡିଓରେ ସିଏରା ନିଜେ ପ୍ରକାଶ କରିଛନ୍ତି ଯେ ଏୟାର ହଷ୍ଟେସମାନେ ଉଡ଼ାଣ ସମୟରେ ବିମାନରେ ଚା ଏବଂ କଫି ପିଇବାକୁ ଏଡ଼ାଇ ଥାଆନ୍ତି । ତାଙ୍କ ଅନୁସାରେ, ଏହାର କାରଣ ହେଉଛି ବିମାନରେ ପାଣି ସଂରକ୍ଷଣ ହୋଇଥିବା ସ୍ଥାନ । ଏହି ସଂରକ୍ଷିତ ପାଣିରୁ ଯାତ୍ରୀମାନଙ୍କ ପାଇଁ ଚା କିମ୍ବା କଫି ପ୍ରସ୍ତୁତ କରାଯାଏ । ତାଙ୍କ ଅନୁସାରେ, ବିମାନର ପାଣି ଟାଙ୍କି ବର୍ଷ ବର୍ଷ ଧରି ସଫା କରାଯାଏ ନାହିଁ, ତେଣୁ କୌଣସି ଏୟାର ହଷ୍ଟେସ୍ ବିମାନରେ ଚା କିମ୍ବା କଫି ପିଇ ତାଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ ।

    ତେଣୁ କରି ଆପଣମାନେ ବିମାନରେ ଯାତ୍ରା କରୁଥିବା ସମୟରେ ଚା କିମ୍ବା କଫି ଅର୍ଡର ଦେବା ପୂର୍ବରୁ ଡିକେ ଚିନ୍ତା କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    88 %
    1.2kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ