Sunday, August 24, 2025
25.3 C
Odisha

    ବୟସ ମାତ୍ର ୧୯ ମାସ, କୁନି ଝିଅଟି ଓଡିଶାକୁ ଭେଟି ଦେଇଛନ୍ତି ଇଣ୍ଡିଆ ଵୁକ୍ ଅଫ ରେକର୍ଡ

    ଆଗକୁ ପଢନ୍ତୁ

    କୁନି ଶିଶୁଟିଏ, କୁନି ପାଦ ତାର ଠିକ ବୋଲ ମାନୁ ନଥାଏ l ଛୋଟ କୋମଳ ହାତରେ ଥିବା ଜିନିଷ ଠିକ ଭାବରେ ଧରି ଜାଣିନି । ତଥାପି ସାରା ଭାରତରେ ନାଁ ତାର ହେଇଛି । ଓଡିଶା ପାଇଁ ସୁନାମ ଆଣିଛି l ଅନେକ ସମୟରେ ତୁମ ଆମ କାନରେ ବାଜେ …ଝିଅଟା ହୋଇଛି କଣ କରିବ ? ସାରା ଜୀବନ ପାଇଁ ବୋଝ ହୋଇ ରହିବ l ଆଉ କୋଉଠି ତ କେତେ କଣ ଅଘଟଣ ଏମାନଙ୍କ ସହିତ ଘଟିଥିବା ନଜିର ରହିଛି l ଆଜି ଏହି ଓଡିଶାକୁ ଗୋଟିଏ କୁନି ଝିଅ ଭେଟି ଦେଇଛନ୍ତି ଇଣ୍ଡିଆ ଵୁକ୍ ଅଫ ରେକର୍ଡ l ବୟସ ଯାହା ମାତ୍ର ୧୯ ମାସ । ବିଶ୍ବାସ ହେଉନଥିବ ନିଶ୍ଚୟ । କେମିତି ବା ହେବ ଏତେ କମ୍ ବୟସରେ ଜଣେ କେମିତି କିଭଳି ରେକର୍ଡ଼ କରିବ ?

    ଏ କୁନି ଝିଅ କିଏ କେଉଁଠି ରହେ କଣ ତାର କାମ ? କେଉଁଥି ପାଇଁ ଏତେ ଛୋଟ ଶିଶୁଟିଏ ଏଡ଼େ ବଡ଼ ସୁନାମ ଆଣିଲା ? ଆସନ୍ତୁ ଜାଣିବା ପୂରା ଘଟଣା । ….ଥରେ ଦେଖିଲେ ଏଇ ଶିଶୁଟିକୁ, ଖେଳୁଛି ବୁଲୁଛି ସଂସାରର ସବୁ କଥାରୁ ଯେମିତି ସେ ବାହାରେ । ଘର ଭିତରେ କେତେବେଳେ ଏ ଜିନିଷ କେତେବେଳେ ସେ ଜିନଷ ଧରି ଖେଳୁଛି l ପୁଣି ଆତ୍ମୀୟ ଲୋକଙ୍କୁ ନଦେଖିଲେ କାନ୍ଦି ଉଠୁଛି l ନାଁ ତାର ‘ଆଦଭିକା’ l ଘର କଟକ କାଜି ବଜାର l ବାପା ମା ଉଭୟ ଚାକିରିଆ ହେଲେ ଝିଅ ଯେଉଁ ଦିନ ସେମାନଙ୍କ ଘରେ ଜନ୍ମ ନେଲା ଖୁସି ଯେ କହିଲେ ନସରେ l ଘରକୁ ଲକ୍ଷ୍ମୀ ଆସିଲା ପରା । ସେହିଦିନ ଠାରୁ ଅଦଭିକା ପଛରେ ଲାଗି ଥାନ୍ତି ପରିବାରର ସମସ୍ତେ l ଧୀରେ ଧୀରେ ବଡ଼ ହେଲା ଝିଅଟି । ପ୍ରତ୍ୟେକ କଥାକୁ ଥରେ ଥରେ କହିଦେଲେ ମନେ ରଖିଦିଏ । ଏକଥା ଯେମିତି ଘର ଲୋକଙ୍କ ଧ୍ୟାନକୁ ଆସିଲା ତାକୁ ସେହି ଦିଗରେ ନେବା ପାଇଁ ସ୍ଥିର କଲେ l ଏହି କୁନି ଶିଶୁ ବିଭିନ୍ନ ପଶୁ ପକ୍ଷୀଙ୍କ ସ୍ୱର ନକଲ କରି ପାରୁଛି l ଅନେକ ଫଳ ଫୁଲର ନାମ ଇଂରାଜୀରେ କହୁଛି l ଆଉ ଏହି ଅନନ୍ୟ ପ୍ରତିଭା ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି ଆଦଭିକା l

    ଏତେ କମ୍ ବୟସରେ ଅସମ୍ଭବ ଧୀଶକ୍ତି । ମନେ ରଖିବାର କଳା ଯେମିତି ତାକୁ ପୂରା ମାଲୁମ । ମାଆ ପେଟରୁ ସବୁ ଶିଖି ଏ ଦୁନିଆକୁ ଆସିଲା ଭଳି ଲାଗୁଛି । ହେଲେ ଏହି ଈଶ୍ବର ପ୍ରଦତ୍ତ ଗୁଣ ଆଜି ଆଦଭିକାକୁ ରେକର୍ଡ଼ ବୁକରେ ସ୍ଥାନ ଦେଇଛନ୍ତି । ଯେଉଁଥି ପାଇଁ କେବଳ ମାଆ ବାପା କି ସମ୍ପର୍କୀୟ ନୁହନ୍ତି, ସାହି ପଡ଼ିଶାଠୁ ଆରମ୍ଭ କରି ବନ୍ଧୁବାନ୍ଧବ ସମସ୍ତେ ଗର୍ବ କରୁଛନ୍ତି । ଭବିଷ୍ୟତ ଏଇ କୁନି ଝିଅଟି ପାଇଁ ଅନେକ ସମ୍ଭାବନା ଆଣି ଦେଇଛି । ଯଦି ଜନ୍ମରୁ ଏମିତି ତାହାହେଲେ ତାର ଆଗାମୀ ଭବିଷ୍ୟତ କେତେ ଉଜ୍ଜ୍ବଳ ଏଥିରୁ ଅନୁମାନ କରି ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.3 ° C
    25.3 °
    25.3 °
    84 %
    3.4kmh
    100 %
    Sun
    25 °
    Mon
    23 °
    Tue
    25 °
    Wed
    29 °
    Thu
    30 °

    ସମ୍ବନ୍ଧିତ