Friday, October 2, 2026
22.2 C
Odisha

    ଭଦ୍ରକରେ ପରାକ୍ରମ ଶୋଭାଯାତ୍ରା, ଯୋଗଦେଲେ ଏମ୍‌ପି-ଜିଲ୍ଲାପାଳ

    ଆଗକୁ ପଢନ୍ତୁ

    ଭଦ୍ରକ : ପାକିସ୍ତାନ ବିରୋଧରେ ଅପରେଶନ ସିନ୍ଦୂରରେ ସଫଳତା ପରେ ସାରା ଦେଶରେ ପରାକ୍ରମ ଶୋଭଯାତ୍ରା କରାଯାଉଛି। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଗତକାଲି ଶୋଭଯାତ୍ରାର ଶୁଭାରମ୍ଭ କରିବା ପରେ ଭଦ୍ରକରେ ଆଜି ପୂର୍ବାହ୍ନ ୮ ଟାରେ ସାଇକେଲ ଓ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରାକୁ ଏମ୍‌ପି ଅଭିମନ୍ୟୁ ସେଠୀ ତ୍ରିରଙ୍ଗା ପତାକା ଦେଖାଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଦିଲୀପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ସରୋଜ ଦତ୍ତ,ଜିଲ୍ଲା ଭାଜପା ସଭାପତି ଭଗବାନ ପଣ୍ଡା, ଭାଜପା ନେତା ବାଣୀ କଲ୍ୟାଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ପୋଲିସ, ଏନଏନସିସି, ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ଛାତ୍ର ଯୋଗ ଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ବାଇପାସ ଛକ, ବନ୍ତ ଛକ ଦେଇ ପୁଣି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଫେରିବା ପରେ ଶୋଭାଯାତ୍ରା ଶେଷ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ