Thursday, October 22, 2026
28.6 C
Odisha

    ଭଦ୍ରକରେ ପରାକ୍ରମ ଶୋଭାଯାତ୍ରା, ଯୋଗଦେଲେ ଏମ୍‌ପି-ଜିଲ୍ଲାପାଳ

    ଆଗକୁ ପଢନ୍ତୁ

    ଭଦ୍ରକ : ପାକିସ୍ତାନ ବିରୋଧରେ ଅପରେଶନ ସିନ୍ଦୂରରେ ସଫଳତା ପରେ ସାରା ଦେଶରେ ପରାକ୍ରମ ଶୋଭଯାତ୍ରା କରାଯାଉଛି। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଗତକାଲି ଶୋଭଯାତ୍ରାର ଶୁଭାରମ୍ଭ କରିବା ପରେ ଭଦ୍ରକରେ ଆଜି ପୂର୍ବାହ୍ନ ୮ ଟାରେ ସାଇକେଲ ଓ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରାକୁ ଏମ୍‌ପି ଅଭିମନ୍ୟୁ ସେଠୀ ତ୍ରିରଙ୍ଗା ପତାକା ଦେଖାଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଦିଲୀପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ସରୋଜ ଦତ୍ତ,ଜିଲ୍ଲା ଭାଜପା ସଭାପତି ଭଗବାନ ପଣ୍ଡା, ଭାଜପା ନେତା ବାଣୀ କଲ୍ୟାଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ପୋଲିସ, ଏନଏନସିସି, ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ଛାତ୍ର ଯୋଗ ଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ବାଇପାସ ଛକ, ବନ୍ତ ଛକ ଦେଇ ପୁଣି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଫେରିବା ପରେ ଶୋଭାଯାତ୍ରା ଶେଷ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    53 %
    1.3kmh
    0 %
    Thu
    30 °
    Fri
    29 °
    Sat
    29 °
    Sun
    26 °
    Mon
    26 °

    ସମ୍ବନ୍ଧିତ