Monday, March 30, 2026
25.1 C
Odisha

    ଭବାନୀପାଟଣା ସହରରେ ବଢୁଛି ଜବରଦଖଲ: ଜମି ମାଫିଆ ମାଡି ବସିଛନ୍ତି ସରକାରୀ ଜମି

    ଆଗକୁ ପଢନ୍ତୁ

    ଭବାନୀପାଟଣା  :  କଳାହାଣ୍ଡି ଜିଲ୍ଲାର ମୁଖ୍ୟାଳୟ ଭବାନୀପାଟଣା ସହରରେ ଦିନକୁ ଦିନକୁ ଜବରଦଖଲ ବଢ଼ିବାରେ ଲାଗିଛି। ବିଶେଷ କରି ଜମି ମାଫିଆମାନେ ବହୁ ସରକାରୀ ଜମି ମାଡ଼ିବସିଛନ୍ତି। ବିଭିନ୍ନ ସ୍ଥାନରେ ସରକାରୀ ଜମି ଜବରଦଖଲ ହୋଇଥିବା ବେଳେ ସରକାରୀ ଅଫିସ କୋଠା ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇପାରୁ ନାହିଁ। ଫଳରେ ସରକାରୀ ଅନୁଦାନ ଫେରିଯାଉଥିବା ଜଣାଯାଇଛି।

    ପ୍ରକାଶ ଯେ, ଭବାନୀପାଟଣା ସହରରେ ସମୁଦାୟ ୩୭୯୦.୩୦୭ ଏକର ଜମି ରହିଛି। ସେଥିମଧ୍ୟରୁ ୭୬୪,୦୩୯ ଏକର ସରକାରୀ। ଭବାନୀପାଟଣା ନଜୁଲରେ ସରକାରୀ ଜମି ୩୬୯.୭୭୯ ଏକର ରହିଛି। ବେସରକାରୀ ମୋଟ ୮୨୪.୯୨୬ ଏକର ରହିଛି। ଅର୍କାବାହାଲିପଡାରେ ସରକାରୀ ଜମି ୧୨୩.୦୨୩, ବେସରକାରୀ ଜମି ୨୯୮.୦୯୨ ମୋଟ ୪୨୨.୦୧୫ ଏକର ରହିଛି। ସୀତାବୋରଡିପଡ଼ାରେ ସରକାରୀ ଜମି ୪୫.୪୧, ବେସରକାରୀ ୨୪୦.୦୪୩ ମୋଟ ୨୮୫,୦୮୪ ଏକର ରହିଛି। ପୁରୁଣାପଡାରେ ସରକାରୀ ୫୬,୯୨, ବେସରକାରୀ ଜମି ୬୩୮,୦୩୮ ମୋଟ ୬୯୫.୦୨୬ ଏକର ରହିଛି। ନକଟିଗୁଡ଼ାରେ ସରକାରୀ ୫୨.୨୫ଏକର, ବେସରକାରୀ ୨୦୧.୦୯୫ ମୋଟ ୨୫୩.୧୧୦ ଏକର ଜମି ରହିଛି। ଭବାନୀପାଟଣା ସହରରେ ସରକାରୀ ଜମି ୧୧୬.୦୪୫ ଏକର, ବେସରକାରୀ ୧୧୯୧.୦୧୩ ଏପରି ମୋଟ ୧୩୦୭.୦୫୮ ଏକର ଜମି ରହିଛି। ସେଥିମଧ୍ୟରୁ ଜଳଚର, ଦେବୋତ୍ତର, ପୂର୍ତ୍ତ ବିଭାଗ ଓ ରାଜସ୍ବ ବିଭାଗର ଅଧିକାଂଶ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଜବରଦଖଲ ଯୋଗୁ ରାସ୍ତା ଦୁଇପାର୍ଶରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି। ଘୋଡ଼ାଘାଟ ଛକଠାରୁ ଷ୍ଟାଚ୍ୟୁ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ୨୬କୁ ମଧ୍ୟ ଲୋକେ ଜବରଦଖଲ କରିଥିବାରୁ ରାସ୍ତା ସଂକୀର୍ଣ୍ଣ ହେବାରେ ଲାଗିଛି। କଳାହାଣ୍ଡି ଜିଲ୍ଲାରେ ନାଟ୍ୟ ମଣ୍ଡପ ପାଇଁ ପ୍ରାୟ ୪୫ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। କିନ୍ତୁ ଜାଗା ଚିହ୍ନଟ ହୋଇ ହସ୍ତାନ୍ତର ହେବାରେ ବିଳମ୍ବ ଯୋଗୁ ଅନୁଦାନ ଫେରିଯାଇଛି। ସହର ଭିତରେ ଜବରଦଖଲ ଯୋଗୁ ଭବାନୀପାଟଣା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରାଇସିଂପୁରଠାରେ ନିର୍ମାଣ କରାଯାଇଛି। ବର୍ତ୍ତମାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ପୌରପାଳିକା ପର୍ଯ୍ୟନ୍ତ ରାଜାରାଜୁଡା ଅମଳର କୋଠାରେ ଅଫିସ ଚାଲିଛି। ଏହିସବୁ ଅଫିସ କୋଠା ନିର୍ମାଣ ପାଇଁ ସହର ଭିତରେ ଜାଗା ନ ମିଳିବା ଉଦ୍‌ବେଗର କାରଣ ହୋଇଛି। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    47 %
    0.4kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ