Wednesday, February 18, 2026
32 C
Odisha

    ଭାରତର ତଟୀୟ କାର୍ଯ୍ୟାନୁଷ୍ଠାନ, ଇରାନର ୩ ତେଲ ଜାହାଜ ଟ୍ୟାଙ୍କର ଜବତ

    ଆଗକୁ ପଢନ୍ତୁ

    ମୁମ୍ବାଇ : ଭାରତ ତାର ସାମୁଦ୍ରିକ ଅଞ୍ଚଳରେ ହାଇ ଆଲର୍ଟ ଜାରି କରିଛି । ଭାରତୀୟ ତଟରକ୍ଷା ବାହିନୀ ତିନୋଟି ସନ୍ଦିଗ୍ଧ ଜାହାଜକୁ ଜବତ କରିଛି । ଗତ ଫେବ୍ରୁଆରୀ ୫ ହୋଇଥିବା ଅପରେସନରେ ଏହିସବୁ ଜାହାଜକୁ ଜବତ କରାଯାଇଛି । ଜବତ ତେଲ ଟ୍ୟାଙ୍କରଗୁଡ଼ିକ ଇରାନର ବୋଲି କୁହାଯାଉଛି । ଅନ୍ୟ ଦିଗରେ ଏସବୁରେ ଇରାନର କୌଣସି ସମ୍ପର୍କ ନଥିବା ତେହରାନ ପ୍ରକାଶ କରିଛି ।

    ରିପୋର୍ଟ ଅନୁଯାୟୀ, ଭାରତ ଇରାନର ୩ଟି ଜାହାଜ ଜବତ କରିଛି । ଯାହା ଉପରେ ଆମେରିକା ପ୍ରତିବନ୍ଧକ ଲାଗିଛି । ଅବୈଧ ବାଣିଜ୍ୟକୁ ରୋକିବା ପାଇଁ ସାମୁଦ୍ରିକ ପଥ ଉପରେ ନଜର ରହିଛି । ଜବତ ୩ଟି ଟ୍ଯାଙ୍କରକୁ ଷ୍ଟେଲାର ରୁବି, ଆସଫାଲ୍ଟ ଷ୍ଟାର ଏବଂ ଅଲ ଜାଫଜିଆ ବୋଲି ଚିହ୍ନଟ କରାଯାଇଛି । ଭାରତ ଦ୍ୱାରା ଜବତ ୩ଟି ଟ୍ୟାଙ୍କର କମ୍ପାନୀ ସହିତ କୌଣସି ସମ୍ପର୍କ ନଥିଲା କହିଛି ଇରାନ ।

    ତିନୋଟି ଜାହାଜକୁ ମୁମ୍ବାଇରୁ ପ୍ରାୟ ୧୦୦ କିଲୋମିଟର ନୌଟିକାଲ ମାଇଲ୍ସ ଦୂରରେ ଅଟକ ରଖାଯାଇଛି । ଏହି ସବୁ ଜାହାଜରୁ ତେଲ ଅନ୍ୟ ଜାହାଜକୁ ପଠାଯାଉଥିଲା । ବିଭିନ୍ନ ଟେକନୋଲୋଜି ଦ୍ୱାରା କିଛି ଜାହାଜ ଏକାଠି ହୋଇଥିବା ଖବର ଆସିଥିଲା । ଏହାପରେ ଚଢଉ କରାଯାଇ ଆକ୍ସନ ନିଆଯାଇଥିବା ତଟରକ୍ଷୀ ବାହିନୀ କହିଛି । ଜାହାଜରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରାଯାଇଛି । ଏହାସହ ଚାଳକ ଦଳଙ୍କୁ ପଚରାଉଚରା କରାଯାଉଛି । ଭାରତୀୟ ତଟରକ୍ଷୀ ବାହିନୀ ତାର ସାମୁଦ୍ରିକ ଅଞ୍ଚରେ ହାଇ ଆଲର୍ଟରେ ରହିଛି । ପ୍ରାୟ ୫୫ ଜାହାଜ ଏବଂ ୧୦ରୁ ୧୨ ବିମାନ ମୁତୟନ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    19 %
    2.5kmh
    0 %
    Wed
    33 °
    Thu
    34 °
    Fri
    35 °
    Sat
    37 °
    Sun
    36 °

    ସମ୍ବନ୍ଧିତ