Friday, April 3, 2026
39 C
Odisha

    ଭାରତର ନୂଆ ଏୟାର ଡିଫେନ୍ସ ସିଷ୍ଟମ୍‌ର ସଫଳ ପରୀକ୍ଷଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଚୀନ, ପାକିସ୍ତାନ ଓ ତୁର୍କୀର ତ୍ରିକୋଣ ରଣନୀତିକୁ ଭାରତ କିଭଳି ପଣ୍ଡ କରିଥିଲା ତାହାକୁ ବିଶ୍ବ ଦେଖିଛି। ଚୀନ୍ ବିମାନ ଓ ତୁର୍କୀ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାକୁ ସବୁ ଚେଷ୍ଟା ସତ୍ତ୍ବେ ବିଫଳ ହୋଇଥିଲା। ଭାରତ ବୁଧବାର ଏକ ନୂଆ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ କରିଛି। ଏହା ହେଉଛି ଭାରତର ସଂପୂର୍ଣ୍ଣ ସ୍ବଦେଶୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଯାହାକୁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି। ‘ଆକାଶ ପ୍ରାଇମ୍’ ନାମକ ଏହି ଏୟାର ଡିଫେନ୍ସ ସିଷ୍ଟମକୁ ଲଦାଖ ସେକ୍ଟରରେ ୧୫ ହଜାର ଫୁଟ ଉଚ୍ଚତାରେ ସଫଳ ପରୀକ୍ଷଣ କରାଯାଇଛି। ଏହି ନୂଆ ପ୍ରତିରକ୍ଷା ବ୍ୟବସ୍ଥାର ସଫଳତା ପରେ ଯଦି ଭବିଷ୍ୟତରେ କୌଣସି ଶତ୍ରୁ ଦେଶ ଭାରତ ଉପରେ ଆଖି ପକାଇବାକୁ ଚେଷ୍ଟା କରେ ତେବେ ଭୀଷଣ ଝଟ୍‌କା ଖାଇବା ନିଶ୍ଚିତ ବୋଲି କୁହାଯାଉଛି।
    ପରୀକ୍ଷଣ ସମୟରେ ଦୁଇଟି ହାଇସ୍ପିଡ୍ ଟାର୍ଗେଟ୍‌କୁ ଏହି ନୂଆ ସିଷ୍ଟମ୍‌ ସିଧାସଳଖ ଆକ୍ରମଣ କରିଥିଲା ଏବଂ ଶତ ପ୍ରତିଶତ ସଫଳ ହୋଇଥିଲା ବୋଲି ପ୍ରତିରକ୍ଷା ଅଧିକାରୀ କହିଛନ୍ତି। ଆକାଶ ପ୍ରାଇମ ସିଷ୍ଟମ ପାଇଁ ଭାରତୀୟ ସେନାରେ ଆକାଶ ଏୟାର ଡିଫେନ୍ସ ସିଷ୍ଟମର ତୃତୀୟ ଓ ଚତୁର୍ଥ ରେଜିମେଣ୍ଟ ଗଠନ ହେବ। ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌କୁ ବିଫଳ କରିବାରେ ମଧ୍ୟ ‘ଆକାଶ’ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବହୁତ ଭଲ ପ୍ରଦର୍ଶନ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ