Tuesday, April 7, 2026
24.1 C
Odisha

    ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ମକଡ୍ରିଲ, ଜଳଜୀବଙ୍କୁ ସୁରକ୍ଷିତ ରଖିବାକୁ ମକ୍ ଡ୍ରିଲ୍

    ଆଗକୁ ପଢନ୍ତୁ

    ପାରାଦୀପ : ପାରାଦୀପରେ ସମୁଦ୍ର ଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ମକଡ୍ରିଲ । ସମୁଦ୍ର କୂଳଠାରୁ ୩୫ କିଲୋମିଟର ଗଭୀର ସମୁଦ୍ର ଯାଏଁ ମକ୍ ଡ୍ରିଲ୍ କରାଯାଉଛି । ଜାହାଜରୁ ତେଲ ଲିକ୍ ହୋଇ ସମୁଦ୍ରଜଳକୁ ପ୍ରଦୂଷିତ କରିଥାଏ । ଯାହା ସମୁଦ୍ରରେ ଥିବା ଜଳଜୀବଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ ।

    ଯଦି କୌଣସି ଜାହାଜ ଦୁର୍ଘଟଣାର ସମ୍ମୁଖୀନ ହୁଏ କିମ୍ବା ତୈଳ ଜାହାଜରୁ ତୈଳ ବାହାରେ, ଏହାର ମୁକାବିଲା ପାଇଁ ଆମେ କେତେ ସମର୍ଥ ? ଏହାର ଏକ ଡେମୋ ବା ମକ୍ ଡ୍ରିଲ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ସମୁଦ୍ରରେ ଘନ ଘନ ପଇଁନ୍ତରା ମାରୁଛି କୋଷ୍ଟଗାର୍ଡ ଜାହାଜ । ଚାରିଆଡ଼େ ବାଜୁଛି ସାଇରନ୍ । ବୋଟ୍ ଯୋଗେ କୋଷ୍ଟଗାର୍ଡର ଯବାନମାନେ ଜାହାଜକୁ ଘେରି ରହି ଚଳାଇଛନ୍ତି ଅପରେସନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    74 %
    1.9kmh
    1 %
    Mon
    24 °
    Tue
    36 °
    Wed
    38 °
    Thu
    38 °
    Fri
    38 °

    ସମ୍ବନ୍ଧିତ