Monday, April 6, 2026
35.2 C
Odisha

    ଭାରତୀୟ ନିର୍ବାଚନକୁ ନେଇ ଟିପ୍ପଣୀ କ୍ଷମା ମାଗିଲା ମେଟା, ‘ଅଜାଣତରେ ଭୁଲ୍‌ ହୋଇଥିଲା’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମେଟା ସିଇଓ ମାର୍କ ଜକରବର୍ଗ‌୍‌ ୨୦୨୪ ଲୋକସଭା ନିର୍ବାଚନ ସଂକ୍ରାନ୍ତରେ ଦେଇଥିବା ଟିପ୍ପଣୀ ପାଇଁ ମେଟା ଆଜି କ୍ଷମା ମାଗିଛି। ମେଟା ଇଣ୍ଡିଆର ଉପସଭାପତି ଶିବନାଥ ଠୁକରାଲ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, କ୍ଷମତାରେ ଥିବା ଅନେକ ଦଳ ୨୦୨୪ ନିର୍ବାଚନରେ ହାରି ଯାଇଛନ୍ତି ବୋଲି ମାର୍କ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ଅନେକ ରାଷ୍ଟ୍ର ପାଇଁ ଠିକ୍‌ କିନ୍ତୁ ଭାରତ କ୍ଷେତ୍ରରେ ଏହା ଠିକ୍‌ ନୁହେଁ। ଅଜାଣତରେ ହୋଇଯାଇଥିବା ଏହି ଭୁଲ୍‌ ପାଇଁ ଆମେ କ୍ଷମା ମାଗୁଛୁ। ଅଶ୍ବିନୀ ବେଷ୍ଣବ ଜକରବର୍ଗଙ୍କ ସାକ୍ଷାତକାର ଉପରେ କରିଥିବା ଏକ ପୋଷ୍ଟ୍‌ ଉପରେ ଜବାବ ଦେଇ ଆଜି ଶିବନାଥ ଏହି ପୋଷ୍ଟ୍‌ କରିଛନ୍ତି। ଉଲ୍ଳେଖଯୋଗ୍ୟ, ମେଟା ବସ୍‌ ଜକରବର୍ଗଙ୍କ ବିବାଦୀୟ ଟିପ୍ପଣୀ ପାଇଁ ତାଙ୍କୁ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ସଂସଦୀୟ କମିଟି ସମନ କରିବ ବୋଲି କମିଟିର ମୁଖ୍ୟ ତଥା ବିଜେପି ସାଂସଦ ନିଶିକାନ୍ତ ଦୁବେ କହିବାପରେ ଆଜି ମେଟା ଉପସଭାପତି କ୍ଷମା ମାଗିଛନ୍ତି। ଦୁବେ ଗତକାଲି କହିଥିଲେ ଯେ ମେଟା ସିଇଓ ଜକରବର୍ଗଙ୍କ ଟିପ୍ପଣୀ ପାଇଁ ମେଟାକୁ ସଂସଦୀୟ କମିଟି ସମନ କରିବ। ଉଲ୍ଲେଖଯୋଗ୍ୟ, ଜକରବର୍ଗ‌୍ ଏକ ସାକ୍ଷାତକାରରେ କହିଥିଲେ ଯେ କୋଭିଡ୍‌-୧୯ ପରେ ବିଶ୍ବରେ ଭାରତ ସମେତ ଅନ୍ୟ ସବୁ ସ୍ଥାନରେ ହୋଇଥିବା ନିର୍ବାଚନରେ ଶାସନ କ୍ଷମତାରେ ଥିବା ଦଳଗୁଡ଼ିକ ପରାଜିତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    30 %
    0.9kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ