Tuesday, July 1, 2025
23.7 C
Odisha

    ଭାରତୀୟ ବଜାରରେ ଏବେ ଆଇଏସଆଇ ହେଲମେଟ୍, କ୍ୟାମେରା ସହିତ ରହିଛି ବ୍ଲୁଟୁଥ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବଜାରରେ ଅନେକ ପ୍ରକାର ହେଲମେଟ୍ ରହିଛି, କିନ୍ତୁ ଭାରତୀୟ ବଜାରରେ ଏବେ ଆଇଏସଆଇ ହେଲମେଟ୍ ବ୍ୟବହାରକୁ ନେଇ କଡା ଗାଇଡଲାଇନ୍ ପ୍ରସ୍ତୁତ ହେଉଛି । ଏହା ସହିତ ସରକାର ବଜାରରେ କେବଳ ଆଇଏସଆଇ ହେଟମେଟ୍ ପ୍ରସ୍ତୁତ ଉପରେ ଗୁରୁତ୍ବ ଦେଉଛନ୍ତି । ଏଥିରେ ଅନେକ ସ୍ମାର୍ଟ ଫିଚର୍ସ ରହିଛି । ତେବେ livall ନାମକ ଏକ ଚୀନ କମ୍ପାନୀ ହେଲମେଟ୍ ପ୍ରସ୍ତୁତ କରୁଛି ଯେଉଁଥିରେ ଅନେକ ଫିଚର୍ ରହିଛି । କମ୍ପାନୀର ପୋର୍ଟଫୋଲିଓରେ ଏମସିଓ୍ବାନ୍ ପ୍ରୋ ନାମକ ଏକ ପ୍ରିମିୟମ୍ ଓ ସ୍ମାର୍ଟ ହେଲମେଟ୍ ରହିଛି । ଏହି ହେଲମେଟ୍ ବ୍ଲୁଟୁଥ୍ ଇଣ୍ଟରକମ୍ ସହିତ ଆସିଥାଏ । ଆପ୍ ସାହାଯ୍ୟରେ ଏହା ଓ୍ବାକି ଟକି ଭଳି ମଧ୍ୟ କାମ କରିଥାଏ । ଏହି ହେଲମେଟ୍ ଚାରିପଟେ ସ୍ମାର୍ଟ ଲାଇଟିଂ ଦିଆଯାଇଛି । କଲ୍ ଆସିଲେ ଗୋଟିଏ କ୍ଲିକରେ ରିସିଭ୍ କରିହେବ । ଏହା ଭଏସ୍ କମାଣ୍ଡ ମଧ୍ୟ ସପୋର୍ଟ କରିଥାଏ । ଏଥିରେ ହାଇ-ଫାଇ ଷ୍ଟେରିଓ ଦିଆଯାଇଛି । ତେବେ ଖାସ୍ କଥା ହେଉଛି ଏଥିରେ ୧୦୮୦ ପିକ୍ସେଲ ଫ୍ରଣ୍ଟ୍ କ୍ୟାମେରା ମିଳିଥାଏ । ଏହା କେବଳ କଳା ରଙ୍ଗରେ ହିଁ ମିଳିଥାଏ । ଥରେ ଚାର୍ଜ କଲେ ଏହା ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକଅପ୍ ଦେଇଥାଏ । ଏହାର ଦାମ୍ କମ୍ପାନୀ ୬୦ ହଜାର ଟଙ୍କା ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    93 %
    1.9kmh
    100 %
    Tue
    25 °
    Wed
    26 °
    Thu
    31 °
    Fri
    29 °
    Sat
    24 °

    ସମ୍ବନ୍ଧିତ