Friday, April 3, 2026
36.1 C
Odisha

    ଭାରତୀୟ ସେନାର ମିଳିତ ସାମ୍ବାଦିକ ସମ୍ମିଳନୀ: ପାକ୍‌ର କ୍ଷତି ପାଇଁ ତାଙ୍କ ସେନା ଦାୟୀ, ଆମ ଲଢ଼େଇ ଆତଙ୍କବାଦ ବିରୋଧରେ ଥିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀ ଆଜି ଦୋହରାଇଛି ଯେ ଅପରେସନ୍‌ ସିନ୍ଦୂର କେବଳ ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ୍ କରି କରାଯାଇଥିଲା। କିନ୍ତୁ ପାକିସ୍ତାନର ଯେଉଁ କ୍ଷତି ହୋଇଛି ସେଥିପାଇଁ ଇସଲାମାବାଦ ଦାୟୀ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆତଙ୍କବାଦ ବିରୋଧୀ ଅଭିଯାନ ଭାରତ ଆରମ୍ଭ କରିଥିଲା ଏବଂ ଅତି କମ୍‌ରେ ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇଥିଲା। କିନ୍ତୁ ପାକିସ୍ତାନ ଭାରତୀୟ ବେସାମରିକ ଓ ସାମରିକ ଅଞ୍ଚଳ ଉପରେ ଆକାଶମାର୍ଗରୁ ଆକ୍ରମଣ କରିବାରୁ ଭାରତୀୟ ସେନା ଏହାର ଜବାବ ଦେଇ ପାକିସ୍ତାନର ତିନିଟି ଏୟାର୍‌ଫିଲ୍ଡକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ଶତାଧିକ ଆତଙ୍କବାଦୀ ଏବଂ ପାକିସ୍ତାନର ୩୦ରୁ ୪୦ ଜଣ ସୈନ୍ୟ ନିହତ ହୋଇଛନ୍ତି।

    ଆମର ଲଢ଼େଇ ଆତଙ୍କବାଦୀ ଏବଂ ସେମାନଙ୍କ ଭିତ୍ତିଭୂମି ସହ ଥିଲା, ପାକିସ୍ତାନ ସେନା ସହ ନୁହେଁ। ସେଥିପାଇଁ ଆମେ ମେ ୭ ତାରିଖରେ କେବଳ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲୁ। ଦୁଃଖର କଥା ଯେ ପାକିସ୍ତାନ ସେନା ଆତଙ୍କବାଦୀଙ୍କ ପକ୍ଷ ନେବା ସହ ଏହାକୁ ନିଜର ଲଢ଼େଇରେ ପରିଣତ କରିଥିଲା। ସେଥିପାଇଁ ଆମର ପ୍ରତିଶୋଧ ଜରୁରୀ ଥିଲା। ସେମାନଙ୍କ କ୍ଷତି ପାଇଁ ସେମାନେ ନିଜେ ଦାୟୀ ବୋଲି ଏୟାର ମାର୍ସାଲ ଏକେ ଭାରତୀ ଆଜି ଅପରାହ୍ଣରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମିଲିଟାରି ଅପରେସନ୍ ମହାନିର୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ଭାଇସ୍ ଆଡମିରାଲ ଏଏନ୍ ପ୍ରମୋଦ ଏବଂ ମେଜର ଜେନେରାଲ ଏସ୍ ଏସ୍ ଶାରଦା ପ୍ରମୁଖ ଉପସ୍ଥିତ ଥିଲେ। ବାୟୁସେନାର ଏହି ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦେଶର ଏୟାର୍ ଡିଫେନ୍ସ ସିଷ୍ଟମ ଦେଶକୁ ସୁରକ୍ଷା ଦେବା ପାଇଁ କାନ୍ଥ ଭଳି ଠିଆ ହୋଇଛି। ଶତ୍ରୁ ପକ୍ଷ ପାଇଁ ଏହା ଅଭେଦ୍ୟ ଥିଲା ବୋଲି ସେ କହିଛନ୍ତି। ଉଭୟ ଦେଶ ଅସ୍ତ୍ରବିରତି ଘୋଷଣା କରିବା ପରେ ଶନିବାର ଶତ୍ରୁତା ଶେଷ ହୋଇଛି। ସେଦିନ ସନ୍ଧ୍ୟାରେ କିଛି ଉଲ୍ଲଂଘନ ହୋଇଥିବା ବେଳେ ରବିବାର ରାତି ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିଲା ବୋଲି ସେନା ପକ୍ଷରୁ ଆଜି ସକାଳେ ଏକ ବିବୃତିରେ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ