Tuesday, March 24, 2026
31 C
Odisha

    ଭାରତ କିଣିବ ୧୧୪ଟି ରାଫେଲ୍ ବିମାନ, ଏହି ସପ୍ତାହରେ ଚୁକ୍ତିକୁ ମିଳିପାରେ ଅନୁମୋଦନ

    ଆଗକୁ ପଢନ୍ତୁ

    ଭାରତୀୟ ବାୟୁସେନାଙ୍କ ପାଇଁ ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣିବାର ବଡ଼ ଡ଼ିଲକୁ ଏହି ସପ୍ତାହରେ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ମିଳିବାର ଆଶା କରାଯାଉଛି । ଏହି ନିଷ୍ପତ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ଆସିପାରେ । ଯଦି ଏହି ଡ଼ିଲକୁ ଅନୁମୋଦନ ମିଳେ, ତେବେ ଏହା ଭାରତର ଇତିହାସରେ ସର୍ବ ବୃହତ ହେବ । ଯାହାର ମୂଲ୍ୟ ପ୍ରାୟ ୩.୨୫ ଲକ୍ଷ କୋଟି ହେବ ବୋଲି କୌଣସି ଏକ ସୂତ୍ରରୁ ଜଣାପଡୁଛି ।

    ଏହି ଚୁକ୍ତି ଭାରତୀୟ ବାୟୁସେନାକୁ ମଲ୍ଟି ରୋଲ୍ ଫାଇଟର ଏୟାରକ୍ରାପ୍ଟ ଯୋଜନା ଅଧୀନରେ କରାଯାଉଛି । ଯାହାର ଲକ୍ଷ୍ୟ ହେଉଛି ବାୟୁସେନାର ସ୍କ୍ବାଡ୍ରୋନ୍ ସଂଖ୍ୟାକୁ ମଜବୁତ କରିବା । ଏହି ଡ଼ିଲ୍ ମାଧ୍ୟମରେ ଭାରତ ଅତ୍ୟାଧୁନିକ ଲଢୁଆ ବିମାନ ହାସଲ କରିବ । ଯାହା ଫଳରେ ଦେଶରେ ଫାଇଟର ଜେଟ ନିର୍ମାଣର କ୍ଷମତା ଅନେକ ଗୁଣରେ ବଢିଯିବ ।

    ସୂଚନାନୁଯାୟୀ, ଲଢୁଆ ବିମାନର ଚୁକ୍ତି ଏହି ସପ୍ତାହରେ ଚୂଡ଼ାନ୍ତ ହେବ । ଏହି ଚୁକ୍ତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି ପ୍ରାୟ ୧୦୦ ରାଫେଲ ଯୁଦ୍ଧ ବିମାନ ଭାରତରେ ନିର୍ମିତ ହେବ । ଏହି ଚୁକ୍ତି ଅନୁଯାୟୀ, ଫ୍ରାନ୍ସ ଭାରତକୁ ଉଚ୍ଚମାନର ଯୁଦ୍ଧ ବିମାନ ହସ୍ତାନ୍ତର କରିବ । ଯାହା ଦୁଇ ଦେଶ ମଧ୍ୟରେ ଏକ ଦୀର୍ଘକାଳୀନ ରଣନୈତିକ ସହଭାଗୀତା ସ୍ଥାପନ କରିବ । ଯାହା “ମେକ୍ ଇନ୍ ଇଣ୍ଡିଆ ” କାର୍ଯ୍ୟକ୍ରମକୁ ମଜବୁତ କରିବ ଏବଂ ଭାରତ ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେବ ।

    ଏହି ଡିଲ୍ ପରେ ଭାରତକୁ ଫ୍ରାନ୍ସ ବାହାରେ ରାଫେଲର ସର୍ବବୃହତ ପରିଚାଳନାକାରୀ କରିବ । ଏହାକୁ ବାୟୁ ଶ୍ରେଷ୍ଠତା ଏବଂ ସଠିକ୍ ଆକ୍ରମଣ ପାଇଁ ସକ୍ଷମ ବୋଲି ବିବେଚନା କରାଯାଏ ।

    ପୂର୍ବରୁ ଭାରତ ୩୬ଟି ରାଫେଲ ଜେଟ୍ ତା’ର ବାୟୁସେନାରେ ସାମିଲ କରିସାରିଛି । ବାୟୁସେନା ଡିସେମ୍ବର ୨୦୨୪ରେ ଶେଷ ରାଫେଲ “C” ପ୍ରକାର ପାଇଥିଲା । ଭାରତ ପ୍ରାୟ ୬୩ ହଜାର କୋଟି ଟଙ୍କାର ଏକ ଚୁକ୍ତିରେ ନୌସେନା ପାଇଁ ୨୬ଟି ରାଫେଲ ମାରିନ୍ ମଧ୍ୟ କିଣିଛି ।

    ନୌସେନା ଚୁକ୍ତିରେ ଚାରୋଟି ଯୁଗ୍ମ-ସିଟ୍ ତାଲିମ ବିମାନ, ରକ୍ଷଣାବେକ୍ଷଣ ଏବଂ ଲଜିଷ୍ଟିକ୍ସ ସହାୟତା, ପାଇଲଟ୍ ଏବଂ ବୈଷୟିକ କର୍ମଚାରୀଙ୍କ ପାଇଁ ତାଲିମ ସାମିଲ ରହିଛି । ରାଫେଲ ସାମୁଦ୍ରିକ ବିମାନ INS ବିକ୍ରାନ୍ତ ଏବଂ INS ବିକ୍ରମାଦିତ୍ୟ ବିମାନ ବାହକ ଜାହାଜରେ ନିୟୋଜିତ ହେବ ।

    ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ରାଫେଲ ଲଢ଼ୁଆ ବିମାନଗୁଡ଼ିକ ବାସ୍ତବ ଜୀବନର ଯୁଦ୍ଧ ପରିସ୍ଥିତିରେ ସେମାନଙ୍କର ଦକ୍ଷତା ପ୍ରମାଣିତ କରିସାରିଛନ୍ତି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ମେ ୨୦୨୫ରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ସମୟରେ ଏଗୁଡ଼ିକୁ ନିୟୋଜିତ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    33 %
    1.7kmh
    0 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ