ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୈଠକ (ଆଇସିସି ) ରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଆସନ୍ତା ଫେବ୍ରୁଆରି ମାସରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ମଧ୍ୟ ଦୂର ହୋଇଛି। ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ତାର ସମସ୍ତ ମ୍ୟାଚ ନିରପେକ୍ଷ ସ୍ଥାନରେ ଖେଳିବ । ପାକିସ୍ତାନ ଟିମ ୨୦୨୭ ପର୍ଯ୍ୟନ୍ତ କୌଣସି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଆସିବେନି । ସେମାନଙ୍କ ମ୍ୟାଚ ମଧ୍ୟ ନିରପେକ୍ଷ ସ୍ଥାନରେ ଆୟୋଜିତ ହେବ ।
୨୦୨୫ ମହିଳା ଦିନିକିଆ ବିଶ୍ୱକପ, ୨୦୨୬ ଟି୨୦ ବିଶ୍ୱକପ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମିଳିତ ଭାବେ ଆୟୋଜନ ହେବ । ଆଇସିସି ଚାମ୍ପିୟନ୍ସ ଟ୍ରଫି ସମ୍ପର୍କରେ ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ଏବେ ବିଧିବଦ୍ଧ ଭାବେ ଏହାକୁ ଲାଗୁ କରାଯାଇଛି। ପିସିବି ନ୍ୟୁଟ୍ରାଲ ଭେନ୍ୟୁରେ ଭାରତ ସହ ତ୍ରିରାଷ୍ଟ୍ରୀୟ ସିରିଜ ଖେଳିବା ପାଇଁ ଅନୁରୋଧ କରିଛି ।ଅବଶ୍ୟ ଆଇସିସି ଓ ବିସିସିଆଇ ଏ ନେଇ ରାଜି ହୋଇ ନାହାନ୍ତି ।