Wednesday, March 25, 2026
29.4 C
Odisha

    ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ

    ଆଗକୁ ପଢନ୍ତୁ

    ଗଞ୍ଜାମ : ଗଞ୍ଜାମ ଜିଳ୍ଲା ଧରାକୋଟ ଥାନା ଢଉଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଅଟୋ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତକ ସେହି ଗାଁର ମାଲୁଣି ଦାସ ବୋଲି ଜଣାପଡିଛି।

    ମିଳିଥିବା ସୂଚନା ଅନୁଯାୟୀ ଆଜି ଏକ ଅଟୋ ୧୨ଜଣ ଶ୍ରମିକଙ୍କୁ ନେଇ ବାହାଡାଗୁଡା କେନାଲ କାମ ସ୍ଥଳକୁ ଯାଉଥିଲା। ହଠାତ୍ ଅଟୋ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ୧୦ ଆହତ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.4 ° C
    29.4 °
    29.4 °
    34 %
    1.4kmh
    27 %
    Wed
    32 °
    Thu
    38 °
    Fri
    40 °
    Sat
    40 °
    Sun
    41 °

    ସମ୍ବନ୍ଧିତ