Saturday, May 9, 2026
38.5 C
Odisha

    ଭିଜିଲାନସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ

    ଆଗକୁ ପଢନ୍ତୁ

    ଜୟପୁର : ପୁଣି ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ । ବିଲ କ୍ଲିଅରାନସ ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନସ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ । ସୂଚନା ଅନୁସାରେ, ମସିଗାଁ ଗ୍ରାମ ପଞ୍ଚାୟତର ଏମଜିଏନଆରଇଜିଏ କାର୍ଯ୍ୟ ବିଲ କରାଇ ଦେବି କହି ୨୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଜୟପୁର ଭିଜିଲାନ୍ସ ଟିମ ।

    ମସିଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ସ୍ମଶାନ ରାସ୍ତା ନିର୍ମାଣ ନିମନ୍ତେ 6 ଲକ୍ଷ ଟଙ୍କାର ବିଲ କରିବାକୁ ଠିକାଦାରଙ୍କ ସହ ଚୁକ୍ତି ହୋଇଥିଲା । ଏହି କାମର ବିଲ କରିବା ନିମନ୍ତେ ଅଭିଯୋଗକାରୀ ପ୍ରଫୁଲ ସ୍ୱାଇଁ ଙ୍କ ଠାରୁ 20 ହଜାର ଟଙ୍କା ଲାଞ୍ଚ ନେଉଥିଲେ ସହକାରୀ ଯନ୍ତ୍ରୀ ଶ୍ରୀ ନାୟକ । ଲମ୍ବୋଦର ନାୟକଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଗୋଟିଏ ଭିଜିଲାନ୍ସ କେଶ ଥିବା ସୂଚନା ମିଳୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    38.5 ° C
    38.5 °
    38.5 °
    21 %
    4.1kmh
    18 %
    Sat
    33 °
    Sun
    38 °
    Mon
    38 °
    Tue
    39 °
    Wed
    40 °

    ସମ୍ବନ୍ଧିତ