Wednesday, April 8, 2026
22.9 C
Odisha

    ଭିଜିଲାନ୍ସ ଜାଲରେ ଓଏଏସ ଟପ୍ପର ତହସିଲଦାର

    ଆଗକୁ ପଢନ୍ତୁ

    ସମ୍ବଲପୁର   : ଓଡିଶା ପ୍ରଶାସନିକ ସେବା(ଓଏଏସ)ରେ ଟପ୍ପର ହୋଇଥିଲେ। ତହସିଲଦାର ଭାବେ ନିଯୁକ୍ତି ମିଳିଥିଲା। ହେଲେ ଏବେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ଏହି ଲାଞ୍ଚୁଆ ଅଧିକାରୀ ଜଣକ ହେଉଛନ୍ତି ୨୦୧୯ ବ୍ୟାଚର ଓଏଏସ ଅଧିକାରୀ ତଥା ସମ୍ବଲପୁର ଜିଲ୍ଲା ବାମରା ତହସିଲଦାର ଅଶ୍ଵିନୀ କୁମାର ପଣ୍ଡା। ନିଜ ଡ୍ରାଇଭରଙ୍କ ଜରିଆରେ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଛନ୍ତି।

     

    ସୂଚନା ଅନୁସାରେ, ଏକ ଚାଷ ଜମିକୁ ଆବାସିକ ଜମିରେ ବଦଳାଇବା ପାଇଁ ମ୍ୟୁଟେସନ କେସରେ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଅଶ୍ଵିନୀ। ୨୦ ହଜାର ଟଙ୍କା ଦେଇପାରି​‌ବେ ନାହିଁ ବୋଲି ଅଭିଯୋଗକାରୀ କହିବା ପରେ ତହସିଲଦାର ୧୫ ହଜାର ଟଙ୍କା ଦେବାକୁ କହିଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ଅଭିଯୋଗକାରୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ତହସିଲଦାରଙ୍କ ଡ୍ରାଇଭର ପି. ପ୍ରବୀଣ କୁମାର ଲାଞ୍ଚ ଅର୍ଥ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଏହା ପରେ ଭିଜିଲାନ୍ସ ପକ୍ଷରୁ ପଣ୍ଡାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଯାଞ୍ଚ କରୁଛି ଭିଜିଲାନ୍ସ। ଭୁବନେଶ୍ଵରରେ ଥିବା ପଣ୍ଡାଙ୍କ ଆବାସିକ ଘରୁ ଭିଜିଲାନ୍ସ ଅଧିକାରୀମାନେ ୪ ଲକ୍ଷ ୭୩ ହଜାର ଟଙ୍କା ଜବତ କରିଛନ୍ତି। ସନ୍ଧ୍ୟା ସୁଦ୍ଧା ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ