Monday, March 23, 2026
24.7 C
Odisha

    ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ, ନିଜ ଦରମା ବଢ଼ାଇ ରାଜକୋଷରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଲୁଟି ଥିଲେ

    ଆଗକୁ ପଢନ୍ତୁ

    ଅନୁଗୁଳ : ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଟିପତି କିରାଣୀ ସୁବ୍ରତ ବେହେରାଙ୍କ ଘରେ ରେଡ୍ ।  ସୁସୁଡା ସ୍ଥିତ ବାସଭବନରେ ରେଡ୍ କରୁଛି ଭିଜିଲାନ୍ସ । ଗତକଲି ସୁବ୍ରତଙ୍କ ମାରାଥନ୍ ଜେରା ପରେ ଛଡାଯାଇଥିଲା । ଆଜି ୩ଟି ଟିମ୍ ରେଡ୍ କରୁଛନ୍ତି । ନିଜ ଦରମା ବଢ଼ାଇ ରାଜକୋଷରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ ସୁବ୍ରତ ।  ଏହାସହ ଅନେକ ଡାକ୍ତରଙ୍କୁ ବି ଚୁନା ଲଗାଇଛନ୍ତି ।  ହସ୍ପିଟାଲ ପକ୍ଷରୁ ମାମଲା ରୁଜୁ ହେବା ପରେ ସୁବ୍ରତ ଫେରାର ହୋଇଯାଇଥିଲେ ।  ଏହାପରେ ଭିଜିଲାନ୍ସରେ ମାମଲା ଦାଖଲ କରିଥିଲା ସ୍ଵାସ୍ଥ୍ୟ ବିଭାଗ । ଦୀର୍ଘ ସାଢ଼େ ୩ ମାସ ପରେ ସୁବ୍ରତଙ୍କୁ ଧରିଛି ଭିଜିଲାନ୍ସ ।  HRMS ପୋର୍ଟାଲ ମାଧ୍ୟମରେ ନିଜ ଦରମା ଅହେତୁକ ବୃଦ୍ଧି କରି ଲୁଟୁଥିବା ଅଭିଯୋଗ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.7 ° C
    24.7 °
    24.7 °
    35 %
    1.5kmh
    76 %
    Mon
    25 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ