Sunday, April 5, 2026
27.8 C
Odisha

    ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ ଅରୁପାନନ୍ଦ ଦାସ , ଲାଞ୍ଚ ନେବାବେଳେ ପଡିଲେ ଧରା

    ଆଗକୁ ପଢନ୍ତୁ

    ରାଉଲକେଲା : ଭିଜିଲାନ୍ସ ଜାଲରେ ପୋଲିସ ASI । ଲାଞ୍ଚ ନେବା ବେଳେ ଧରାପଡିଲେ ରାଉରକେଲା ବଡ଼ଗାଁ ଥାନାର ଏଏସଆଇ ଅରୁପାନନ୍ଦ ଦାସ । ଗତକାଲି ଚଢ଼ାଉ କରି ଲାଞ୍ଚ ଟଙ୍କା ସହ ଏଏସଆଇଙ୍କୁ ଘଟଣାସ୍ଥଳରୁ ଧରିଥିଲେ ରାଉରକେଲା ଭିଜିଲାନ୍ସ ବିଭାଗ । ବଡ଼ଗାଁର ରଞ୍ଜନ ଦାସ ଓରଫ ମୁନୁଙ୍କୁ ଢାବାରେ ମଦ ବ୍ୟବସାୟ ପାଇଁ ଅରୁପାନନ୍ଦ ପ୍ରତିମାସ ୨୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା ।

    ଏନେଇ ରଞ୍ଜନ ଦାସ ରାଉରକେଲା ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ଅନୁଯାୟୀ ଏଏସଆଇ୨୫ ହଜାର ଟଙ୍କା ଦେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ । ଏଏସ ଆଇ ଅରୁପାନନ୍ଦ ଦାସ ରହୁଥିବା କ୍ୱାର୍ଟରରେ ଚଢ଼ାଉ କରି ନଗଦ ୧ ଲକ୍ଷ ୫୭ ହଜାର ଟଙ୍କା, ୫ ହଜାର ଆମେରିକୀୟ ଡଲାର ସହ ୧୫ଟି ଦେଶୀ ମଦ ବୋତଲ ଜବତ କରିଥିବା ସୂଚନା ମିଳିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.8 ° C
    27.8 °
    27.8 °
    45 %
    2kmh
    99 %
    Sat
    27 °
    Sun
    36 °
    Mon
    38 °
    Tue
    37 °
    Wed
    38 °

    ସମ୍ବନ୍ଧିତ