ରାୟଗଡ଼ା : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟକର୍ମୀ । ରାୟଗଡ଼ା ମୁନିଗୁଡା ସିଏଚସି ସ୍ୱାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତଙ୍କୁ ଧରିଛି ଭିଜିଲାନ୍ସ। ଜନ୍ମ ପ୍ରମାଣପତ୍ର ଦେବାକୁ ଜଣେ ଗରିବ ଚାଷୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି କୁଞ୍ଜବିହାରୀ ।
ପାର୍ଟିଫିକେଟ ଦେବା ପାଇଁ ସେ ୬ ହଜାର ଟଙ୍କା ମାଗିଥିଲେ । ପୂର୍ବରୁ ୩ ହଜାର ଟଙ୍କା ନେଇଥିଲେ। ଆଜି ଆଉ ୩ ହଜାର ଟଙ୍କା ନେବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ପୂର୍ବରୁ ଏ ନେଇ ଚାଷୀ ଜଣଙ୍କ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ଜିଲାନ୍ସ ହାତରେ ଧରାପଡ଼ିବା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୁଞ୍ଜ ବିହାରୀଙ୍କ ଲିଙ୍କରେ ଦୁଇଟି ସ୍ଥାନରେ ଏକାକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ ।