Tuesday, April 7, 2026
31.9 C
Odisha

    ଭିତରକନିକାରେ ପକ୍ଷୀ ଗଣନା ଶେଷ,୧ ଲକ୍ଷ ୩୦ ହଜାର ୭୯୬ ଦେଶୀୟ ପକ୍ଷୀ

    ଆଗକୁ ପଢନ୍ତୁ

    ରାଜନଗର  : ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି। ରାଜନଗର ବନଖଣ୍ଡର କନିକା ଓ ରାଜନଗର ରେଞ୍ଜରେ ଏହି ଗଣନା କରାଯାଇଥିଲା। କନିକା ରେଞ୍ଜ ଅନ୍ତର୍ଗତ ଭିତରକନିକା ଭିତରେ ଥିବା ମଠଆଡିଆରେ ୧୩ ହଜାର ୨ଶହ ୬୧ଟି ବସା ଚିହ୍ନଟ କରାଯାଇଛି। ଲକ୍ଷ୍ମୀପ୍ରସାଦଡିଆରେ ୧୩ହଜାର ୫ଶହ ୯୪ଟି ବସା, ଦୁର୍ଗାପ୍ରସାଦଡିଆରେ ୫୯ଟି ବସା ଓ ରାଜନଗର ରେଞ୍ଜ ଅନ୍ତର୍ଗତ ଜାତୀୟ ଉଦ୍ୟାନର ସୀମା ବାହାରେ ବାଲିଡିଆରେ ୭୩୨ଟି ବସା ଚିହ୍ନଟ ହୋଇଛି। ମୋଟ ୧୪୦୯ଟି ଗଛରେ ୨୭୬୪୬ଟି ବସାରେ ୧୩୦୭୯୬ଟି ପକ୍ଷୀ ଗଣନା କରାଯାଇଛି। ସୂଚନାଯୋଗ୍ୟ, ୨୦୨୦ ମସିହାରେ ୯୭୮୬୬ଟି ପକ୍ଷୀ, ୨୦୨୧ରେ ୧୦୮୬୩୯, ୨୦୨୨ରେ ୧୧୬୦୭୦, ୨୦୨୩ରେ ୧୨୩୮୬୭, ୨୦୨୪ରେ ୧୩୦୧୨୩ ପକ୍ଷୀ ଗଣନା କରାଯାଇଥିଲା। ବର୍ଷାଋତୁ ଆରମ୍ଭରେ ଦେଶର କୋଣ ଅନୁକୋଣରୁ ବଂଶବିସ୍ତାର କରିବା ପାଇଁ ଗେଣ୍ଡାଳିଆ, କାପରଖାଇ, ଅଞ୍ଜନା, ରାଣୀ ବଗ, ମଝିଆ ବଗ, ପାଣିକୁଆ, ଖଇରା, ଅନ୍ଧାରୁଆ ବଗ ପ୍ରଭୃତି ୧୦ ପ୍ରଜାତିର ଦେଶୀୟ ପକ୍ଷୀ ବସା ବାନ୍ଧିଛନ୍ତି। ଏହି ପକ୍ଷୀମାନଙ୍କ ମଧ୍ୟରେ ଗେଣ୍ଡାଳିଆ ସର୍ବାଧିକ ଥିବା ବେଳେ ପାଣିକୁଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ୬୭୩ ପକ୍ଷୀ ଅଧିକ ଆସିଥିବା ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.9 ° C
    31.9 °
    31.9 °
    42 %
    0.6kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ