Monday, April 13, 2026
40.8 C
Odisha

    ଭିନ୍ନ ଏକ ଉପାୟ: ନୂଆବର୍ଷ ପାଇଁ ପିଲା କଲେ ବ୍ୟବସାୟ

    ଆଗକୁ ପଢନ୍ତୁ

    ଏବେ ସ୍କୁଲ ଛୁଟିର ବେଳ। ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳର ପିଲାମାନେ ଜଂଗଲରେ ନିଜର ସମୟ କାଟୁଥିବା ବେଳେ ସହରର ପିଲାମାନେ ମଧ୍ୟ ବିଭିନ୍ନ ଖେଳକୁଦରେ ସମୟ ଅତିବାହିତ କରୁଛନ୍ତି। ଜିଲ୍ଲା ସଦର ମହକୁମାର କିଛି ଛୋଟ ପିଲା ବୁଧବାର ଦିନ ଡିଏନକେରେ କରମଙ୍ଗା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ପିଲାମାନେ କରମଙ୍ଗା ବିକ୍ରି କରୁଥିବା ଦେଖି ଆଶ୍ଚର୍ଯ୍ୟ ଲାଗିଥିବା ବେଳେ ସେମାନଙ୍କୁ କରମଙ୍ଗାର ଦାମ ସଂପର୍କରେ ପଚାରିବା ସହ ଏହା କେଉଁଠାରୁ ଆଣିଲେ ଏବଂ କାହିଁକି ବିକ୍ରି କରୁଛନ୍ତି ବୋଲି ପଚାରି ବୁଝିଥିଲୁ। ସେମାନେ ଯାହା ଉତ୍ତର ଦେଇଥିଲେ ପ୍ରଥମେ ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ପରେ ଖୁସି ଲାଗିଥିଲା। ପିଲାମାନେ ନୂଆବର୍ଷରେ ବଣଭୋଜି କରିବା ପାଇଁ ଟଂକା ଯୋଗାଡ କରୁଥିବା କହିଥିଲେ। ଏହି କରମଙ୍ଗା କେଉଁଠାରୁ ଆଣିଲ ବୋଲି କହିବାରୁ ଜଣକ ଘରେ ଏହା ଫଳିଥିଲା। ତାଂକ ଠାରୁ କିଣି ଆଣିଲୁ ଏବଂ କିଲୋ ପ୍ରତି ୫୦ ଟଂକାରେ ବିକ୍ରି କରୁଛୁ ବୋଲି ପିଲମାନେ ଉତ୍ତର ଦେଇଥିଲେ। କରମଙ୍ଗା କିଣିବା ପାଇଁ ଟଂକା କେଉଁଠାରୁ ଆସିଲା ବୋଲି ପୁଣି ପ୍ରଶ୍ନ ପଚାରିବାରୁ ସେମାନଙ୍କ ମଧ୍ୟରୁ ଜଣେ ପିଲା କହିଲା ମୁଁ ଆଉ ଜଣେ ଗାଈ ଚରାଇ ଦେଢ ଶହ ଟଂକା ପାଇଥିଲୁ। ସେହି ଟଂକାରେ ଆମେ କରମଙ୍ଗା କିଣି ବିକ୍ରି କରୁଛୁ।
    ମଙ୍ଗଳବାର ୫୦ ଟଂକାର କରମଙ୍ଗା କିଣି ୨୫୦ ଟଂକାରେ ବିକ୍ରି କରିଥିବା ବେଳେ ଆଜି ୪୦ ଟଂକାର କରମଙ୍ଗା କଣି ବର୍ତ୍ତମାନ ସୁଦ୍ଧା ୧୦୦ ଟଂକା ବିକ୍ରି କରିସାରିଲୁଣି ବୋଲି କହିଥିଲେ। ଯାହା ଟଂକା ରୋଜଗାର ହେବ ସେଥିରେ ଆମେ ନୂଆବର୍ଷରେ ଭୋଜି କରିବୁ ବୋଲି କହିଥିଲେ। ତେବେ ଏଭଳି ଉପାୟ ତମକୁ କିଏ ଦେଲା ବୋଲି ପ୍ରଶ୍ନ କରିବାରୁ ସେମାନେ ବିଦ୍ୟାଳୟରେ ଆମକୁ ବ୍ୟବସାୟ ସଂପର୍କରେ ବୁଝାଇଥିଲା। ପୁଣି କାଲିମେଳା ବ୍ଲକର ଯବନପାଲୀ ବିଦ୍ୟାଳୟରେ ପିଲାଙ୍କୁ ବ୍ୟବସାୟ କିପରି ହୁଏ ତାହାର ଏକ ରୂପରେଖ ତିଆରି କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.8 ° C
    40.8 °
    40.8 °
    10 %
    3.7kmh
    0 %
    Mon
    40 °
    Tue
    41 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ