Friday, April 3, 2026
33.6 C
Odisha

    ଭିବ୍‌ଗ୍ୟୋର ଚିଟ୍‌ଫଣ୍ଡ ଓଡ଼ିଶା ମୁଖ୍ୟଙ୍କୁ ୧୦ବର୍ଷ ଜେଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବହୁଗୁଣ ଲାଭ ଦେବା ଆଳରେ ଜମାକାରୀଙ୍କଠାରୁ ୧୪ କୋଟି ଟଙ୍କା ଠକେଇ ମାମଲାରେ ‘ଭିବ୍‌ଗ୍ୟୋର ଆଲାଏଡ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍‌ ଲିମିଟେଡ’ ସଂସ୍ଥାର ଓଡ଼ିଶା ମୁଖ୍ୟ ପବିତ୍ର କୁମାର ସାହୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୧୦ ବର୍ଷ ଜେଲଦଣ୍ଡ ହୋଇଛି। ଏଥିସହ ତାଙ୍କୁ ୭୦ ହଜାର ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ଜରିମାନା ଅନାଦାୟେ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ କଟକସ୍ଥିତ ଓପିଆଇଡି କୋର୍ଟ ବୁଧବାର ରାୟ ପ୍ରକାଶ କରିଛନ୍ତି। ୨୦୧୫ରେ ଇଓଡବ୍ଲ୍ୟୁ ଏହି ସଂସ୍ଥା ମୁଖ୍ୟ ରାଣା ଭଦ୍ରାଙ୍କୁ ଗିରଫ କରିଥିବା ବେଳେ କୋର୍ଟରେ ତାଙ୍କର ମାମଲା ବିଚାରାଧୀନ ରହିଛି।
    ମାମଲାର ବିବରଣୀ ଅନୁଯାୟୀ, ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ କୋଲ୍‌କାତାରେ ଥିବାବେଳେ ୨୦୦୯ରେ କମ୍ପାନୀ ଓଡ଼ିଶାରେ ପ୍ରବେଶ କରିଥିଲା। କମ୍ପାନୀ ପ୍ରଥମେ ଭୁବନେଶ୍ୱର ୟୁନିଟ୍‌-୭ ସୂର୍ଯ୍ୟନଗରସ୍ଥିତ ପ୍ଲଟ୍‌ ନଂ.୧୨୦-ବିରେ ବ୍ରାଞ୍ଚ ଅଫିସ ଖୋଲିଥିଲା। ପରେ ବାଲେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅଫିସ ଖୋଲିଥିଲା। ଅଧିକ ହାରରେ ସୁଧଦେବା ଲାଗି ଜମାକାରୀଙ୍କୁ ପ୍ରଲୋଭିତ କରି ବିଭିନ୍ନ ସ୍କିମ୍‌ରେ ଟଙ୍କା ସଂଗ୍ରହ କରିଥିଲା। ୨୦୦୯ରୁ ୨୦୧୩ ମଧ୍ୟରେ ଏଭଳି ପ୍ରାୟ ୧୫ ହଜାର ଜମାକାରୀଙ୍କଠାରୁ ପ୍ରାୟ ୧୪ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ହେଲେ ୨୦୧୩ରେ କମ୍ପାନୀ ଟଙ୍କା ଫେରସ୍ତ ନ କରି ଏହାର ସମସ୍ତ ଅଫିସକୁ ବନ୍ଦ କରିଦେଇଥିଲା। ଏପରିକି ସଂସ୍ଥାରେ କାମ କରୁଥିବା ସମସ୍ତ ଅଧିକାରୀ ମଧ୍ୟ ଫେରାର ହୋଇଯାଇଥିଲେ। ଏନେଇ ପ୍ରଥମେ କ୍ୟାପିଟାଲ ଥାନାରେ ୨୦୧୫ରେ ଅଭଯୋଗ ହେବା ପରେ ଏକ ମାମଲା (ନଂ.୨୩୫/୨୦୧୫) ରୁଜୁ ହୋଇଥିଲା। ପରେ ଠକେଇର ଶିକାର ଜମାକାରୀ ରମେଶ ଚନ୍ଦ୍ର ସାହୁ ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଇଓଡବ୍ଲ୍ୟୁ ୨୦୧୮ରେ ମାମଲା (ନଂ.୧/୨୦୧୮) ରୁଜୁ କରି ତଦନ୍ତ କରିଥିଲା। ୯ ଜଣଙ୍କ ସାକ୍ଷ୍ୟ ଓ ଅନ୍ୟାନ୍ୟ ଦସ୍ତାବିଜ୍‌ ଆଧାରରେ କୋର୍ଟ ରାୟ ଶୁଣାଇଥିବାବେଳେ ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍‌ ପ୍ରୋସିକ୍ୟୁଟର ବିଶ୍ୱଜିତ୍‌ ମହାପାତ୍ର ଓ ଅତିରିକ୍ତ ପବ୍ଲିକ୍‌ ପ୍ରୋସିକ୍ୟୁଟର ଲଲାଟେନ୍ଦୁ ଦାସ ପରିଚାଳନା କରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ