Wednesday, August 19, 2026
23 C
Odisha

    ବଢ଼ିବାରେ ଲାଗିଛି ବୈତରଣୀ ନଦୀର ଜଳସ୍ତର, ଭଦ୍ରକ – ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ

    ଆଗକୁ ପଢନ୍ତୁ

    ଭଦ୍ରକ : ବୈତରଣୀରେ ବନ୍ୟା, ଭଦ୍ରକରେ ଗମ୍ଭୀର ସ୍ଥିତି ଉପୁଜିଛି । ବଢ଼ିବାରେ ଲାଗିଛି ବୈତରଣୀ ନଦୀର ଜଳସ୍ତର । ଆଖୁଆପଦା ଠାରେ ବିପଦ ସଙ୍କେତର ବହୁ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି ବନ୍ୟାଜଳ । ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ୨୦.୨୬ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।

    ସୂଚନାନୁଯାୟୀ, କଣ୍ଟିଘାଇ ଏସ୍କକେଫ ଦେଇ ଜନ ବସତି ଆଡକୁ ବନ୍ୟାଜଳ ପ୍ରବେଶ କରିଛି । ଫଳରେ ଭଦ୍ରକ – ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ମାଳଦା, ନପଙ୍ଗ, ରହଣିଆ ଆଦି ପଞ୍ଚାୟତ ଜଳମଗ୍ନ ହୋଇଯାଇଛି । ବନ୍ୟା ମୁକାବିଲା ପାଇଁ ୫ଟି ଓଡ୍ରାଫ୍ ଓ ୩ଟି NDRF ଟିମ୍ ମୁତୟନ ହୋଇଛନ୍ତି । ଅନ୍ୟପଟେ ଆରଡ଼ି କଟକ ମୁଖ୍ୟରାସ୍ତାର ବୋଡ଼କଠାରେ ପ୍ରବାହିତ ହେଉଛି ୨ ଫୁଟର ପାଣି । ଫଳରେ ଆରଡ଼ିରୁ କଟକ ଓ ଯାଜପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ୪ଟି ପଞ୍ଚାୟତର ୩୦ ଗାଁ ପ୍ରଭାବିତ ହୋଇଛି । ବନ୍ୟାପ୍ରବଣ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ଓ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    95 %
    1.7kmh
    100 %
    Wed
    28 °
    Thu
    26 °
    Fri
    27 °
    Sat
    28 °
    Sun
    25 °

    ସମ୍ବନ୍ଧିତ