Monday, April 13, 2026
33 C
Odisha

    ଭୁବନେଶ୍ବରରେ ନବନିର୍ମିତ ଜୁଡିସିଆଲ କୋର୍ଟ ପରିସର ଲୋକାର୍ପିତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭୁବନେଶ୍ବରରେ ନବନିର୍ମିତ ଜୁଡିସିଆଲ କୋର୍ଟ ପରିସର ଗୁରୁବାର ସନ୍ଧ୍ୟାରେ ଲୋକାର୍ପିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନୂଆ କୋର୍ଟ ପରିସରକୁ ଲୋକାର୍ପଣ କରିଛନ୍ତି। ସମାରୋହରେ ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ସରଣ ସିଂହ ପ୍ରମୁଖ ଉପସ୍ଥିତ ଅଛନ୍ତି। ଦେଶର ସର୍ବଶ୍ରେଷ୍ଠ ଜିଲ୍ଲା ଜଜ୍ କୋର୍ଟର ଏହି ନୂଆ କୋଠାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିଛନ୍ତି। ଏହି କୋଠା ଅତ୍ୟାଧୁନିକ ଇଂଜିନିୟରିଂ ଜ୍ଞାନକୌଶଳରେ ନିର୍ମିତ। ଏହି କୋଠାଟି ବେସ୍ମେଣ୍ଟ୍ ଓ ଗ୍ରାଉଣ୍ଡଫ୍ଲୋରକୁ ମିଶାଇ ୫ ମହଲା କରାଯାଇଛି। ଏହା ସଂପୂର୍ଣ୍ଣଭାବେ ଶୀତତାପ ନିୟନ୍ତ୍ରିତ। କୋର୍ଟ ମଧ୍ୟରେ ମାଗଣା ୱାଇଫାଇର ବ୍ୟବସ୍ଥାକ କରାଯାଇଛି। କୋଠାଟି ସଂପୂର୍ଣ୍ଣ ଅଗ୍ନି ନିରାପତ୍ତା ମଧ୍ୟରେ ରହିଛି। ପ୍ରବେଶ ଓ ପ୍ରସ୍ଥାନ ପାଇଁ ୫ଟି ଗେଟ୍ ରହିଛି। କୋର୍ଟ ମଧ୍ୟରେ ପୋଷ୍ଟ ଅଫିସ୍, ବ୍ୟାଙ୍କ ଓ ଏକ ଡିସ୍ପେନସାରି ରହିଛି।
    କୋର୍ଟ ପରିସରରେ କ’ଣ ରହିଛି ସୁବିଧା
    ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର ଓ ଦୁଇଜଣ ନର୍ସ ରହିବାର ବ୍ୟବସ୍ଥା କରାଯାଇଛି। ଏହି କୋର୍ଟରେ ସମୁଦାୟ ୫୭ଟି କୋର୍ଟରୁମ ରହିଛି। ୫୭ଟି ବିଚାରପତିଙ୍କ ପାଇଁ ଚାମ୍ବର ରହିଛି। ୪ଟି କରିଡର୍ ରହିଛି। କାର୍ ଓ ବାଇକ୍ ମିଶାଇ ପ୍ରାୟ ୧୦୦୦ ଗାଡ଼ି ରହି ପାରିବା ଭଳି ବେସ୍ମେଣ୍ଟ ପାର୍କିଂ ବ୍ୟବସ୍ଥା ରହିଛି। ବେସ୍ମେଣ୍ଟରେ ବିଚାରପତିଙ୍କ ଲାଗି ୫୦ଟି ଚାରିଚକିଆ ଯାନର ପାର୍କିଂ ସୁବିଧା ରହିବ। ଏଥିସହ ଏଠାରେ ଏକ ବହୁତଳ ପାର୍କିଂସ୍ଥଳ ମଧ୍ୟ ନିର୍ମାଣ ହେଉଛି, ଯେଉଁଠାରେ ୪୫୦ଟି ଚାରିଚକିଆ, ୫୫୦ଟି ଦୁଇଚକିଆ ଯାନ ପାର୍କିଂ ନିମନ୍ତେ ସୁବିଧା ରହିବ। ଏହି କୋର୍ଟରେ ୯ଟି ଲିଫ୍ଟ ରହିଛି। ସେଥିରୁ ୫ଟି ୨୦ ଜଣିଆ ଲିଫ୍ଟ ରହିଛି।ବିଚାରପତିଙ୍କ ପାଇଁ ୪ଟି ଲିଫ୍ଟ ରହିଛି।

    ସେହିପରି ସାଧାରଣ ଲୋକଙ୍କ ପାଇଁ ବିଶ୍ରାମ କକ୍ଷ, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବିଶ୍ରାମ କକ୍ଷ, ବ୍ରେଷ୍ଟ ଫିଡିଂ ରୁମ୍, ଓକିଲ ଓ କର୍ମଚାରୀମାନଙ୍କ ପାଇଁ ସ୍ବତନ୍ତ୍ର ରୁମ, ଶିଶୁମାନଙ୍କ ପାଇଁ ବେବି କ୍ରେଚ୍, ଇ ପାଠାଗାର, ସାଧାରଣ ପାଠାଗାର ଓ ଦୁଇଟି ସମ୍ମିଳନୀକକ୍ଷ ରହିଛି। ଓକିଲମାନଙ୍କ ବସିବା ପାଇଁ ଚେୟାର, ଟେବୁଲ, ଲକର ଆଦିର ବ୍ୟବସ୍ଥା କରାଯାଇଛି। ସୌନ୍ଦର୍ଯ୍ୟୀକରଣ ପାଇଁ ଘାସ ଗାଲିଚା, ଜଳ ଫୁଆର ଆଦିର ବ୍ୟବସ୍ଥା କରାଯାଇଛି। ଏଲ୍ଇଡି ଟିଭି ମାଧ୍ୟମରେ ସାଧାରଣ ଲୋକଙ୍କ ପାଇଁ ସବୁ ସୂଚନା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଆଇନଜୀବୀମାନଙ୍କ ପାଇଁ ସ୍ବତନ୍ତ୍ର କେସ ବାବଦରେ ଜାଣିବା ପାଇଁ କମ୍ପ୍ୟୁଟର ଆଦିର ବ୍ୟବସ୍ଥା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    17 %
    1.6kmh
    0 %
    Mon
    36 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ