Saturday, April 4, 2026
29 C
Odisha

    ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ମେଗା ମେଳା ‘ସିସିର ସରସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଆଇଡିସିଓ ପ୍ରଦର୍ଶନୀ ପଡିଆରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ମେଗା ମେଳା ‘ସିସିର ସରସ–୨୦୨୬’। ମିଶନ ଶକ୍ତି ଓ ORMAS ପକ୍ଷରୁ ଆୟୋଜିତ ଏହି ମେଳାକୁ ଉଦଘାଟନ କରିଛନ୍ତି ରାଜ୍ୟର ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଉଦଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟମ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ORMAS ର CEO ଡାକ୍ତର ମୋନିକା ପ୍ରିୟଦର୍ଶିନୀ ଓ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ୧୦ ଜାନୁଆରୀରୁ ୧୮ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ ଏହି ମେଳା। ମେଳାରେ ମୋଟ ୩୪୦ଟି ଷ୍ଟଲ୍ ରହିଛି।ଯାହାର ମଧ୍ୟରେ ୩୫ଟି ଖାଦ୍ୟ ଷ୍ଟଲ୍ ସାମିଲ ଅଛି। ଓଡ଼ିଶା ସହ ଦେଶର ୨୦ଟି ରାଜ୍ୟରୁ ଆସିଥିବା ୩୮୦ରୁ ଅଧିକ SHG ଓ ଶିଳ୍ପୀମାନେ ନିଜ ଉତ୍ପାଦ ପ୍ରଦର୍ଶନ କରୁଛନ୍ତି। ମେଳାରେ ହସ୍ତଶିଳ୍ପ, ହାତତନ୍ତ ବସ୍ତ୍ର, ଗ୍ରାମୀଣ ଖାଦ୍ୟ ପଦାର୍ଥ ସହ ବିଭିନ୍ନ ରାଜ୍ୟର ପାରମ୍ପରିକ ସାମଗ୍ରୀ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଧୁ ପାଲଟିଛି । ଆୟୋଜକ ପକ୍ଷରୁ ଏହି ମେଳା ମାଧ୍ୟମରେ ୩୦ କୋଟି ଟଙ୍କାର ବ୍ୟବସାୟର ଲକ୍ଷ୍ୟ ରଖାଯାଇଛି। ଗାଁ ର କଥାକୁ ମନେ ପକାଇବ ଏହି ମେଳା। ମହିଳା ମାନଙ୍କୁ ଆଗକୁ ଯିବାରେ ଏହି ମେଳା ସହାୟକ ହେବ। ରାଜ୍ୟବାସୀ ଏହି ମେଳା ଙ୍କୁ ନିଚୟ ଉପଭୋଗ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    47 %
    1.6kmh
    100 %
    Sat
    29 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ