Friday, October 18, 2024
29.5 C
Odisha

    ଭୁଲ୍ ଇଞ୍ଜେକ୍ସନ ପାଇଁ ଗଲା ଯୁବକଙ୍କ ଜୀବନ

    ଆଗକୁ ପଢନ୍ତୁ

    ଅନୁଗୋଳ: ଭୁଲ୍ ଇଞ୍ଜେକ୍ସନ ପାଇଁ ଗଲା ଯୁବକଙ୍କ ଜୀବନ । ମୃତ ଯୁବକ ହେଲେ ଖମାର ଥାନା ଅନ୍ତର୍ଗତ ସିଆଳିମାଳିଆ ଗ୍ରାମର ବାବୁଲାଲ ମହାକୁଡ଼ଙ୍କ ପୁଅ ଅନନ୍ତ ମହାକୁଡ଼ (୪୦) ।
    ଅନନ୍ତ ବଲଣ୍ଡା ଅଞ୍ଚଳରେ ରହି ଏକ ଢାବାରେ କାମ କରନ୍ତି । କିଛିଦିନ ହେଲା ତାଙ୍କୁ ଜ୍ୱର ହୋଇ ଛାଡ଼ୁ ନ ଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଔଷଧ ଖାଉଥିଲେ । ତଥାପି ଜ୍ୱର ନ ଛାଡ଼ିବାରୁ ସେ ମୁଣ୍ଡାବଜାରସ୍ଥିତ ଏକ ମେଡିସିନ ଷ୍ଟୋରକୁ ଯାଇଥିଲେ । ସେଠାରେ ମେଡିସିନ ଦୋକାନ ମାଲିକ ତାଙ୍କୁ ଦୁଇଟି ଇଞ୍ଜେକ୍ସନ ଦେଇଥିଲେ । ତେବେ କିଛି ସମୟ ପରେ ଅନନ୍ତଙ୍କ ଅବସ୍ଥା ବିଗିଡ଼ିବାରୁ ମେଡିସିନ ଷ୍ଟୋର କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ସେଣ୍ଟ୍ରାଲ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ । ତାଙ୍କୁ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ଅନନ୍ତଙ୍କ ସ୍ତ୍ରୀଙ୍କ କହିବାନୁସାରେ, ସେ ଘରୁ ଚାଲିଚାଲି ଆସିଥିଲେ । ଏଠାରେ ତାଙ୍କୁ ଇଞ୍ଜେକ୍ସନ ଦେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଜଣାଇବା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    72 %
    1.4kmh
    91 %
    Fri
    29 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ